ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୪/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଏମ ସତ୍ୟନାରାୟଣ ସୁବୁଦ୍ଧି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଶିଶୁ ଭାଇ ଭଉଣି ୪୬ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଶିକ୍ଷା ବିକାଶ ସମିତି ଦ୍ଵାରା ଦିଆଯାଇଥିବା ୧୦ ଟି ବିଷୟ ବସ୍ତୁ ଉପରେ ପ୍ରକଳ୍ପ ଗୁଡ଼ିକ ପ୍ରଦର୍ଶିତ କରାଯାଇଥିଲା। ବିଚାରକ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିବାଂଶୁ ପଣ୍ଡା,ନିଗମାନନ୍ଦ ନାୟକ ଓ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରିୟଦର୍ଶିନୀ ବିଭିନ୍ନ ପ୍ରକଳ୍ପ ଦେଖି ତାହାର ମୂଲ୍ୟାଙ୍କନ କରିଥିଲେ। ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣି ସମାରୋହରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ଏମ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ର ସମ୍ପାଦକ ସଞ୍ଜୟ କୁମାର ପାଢ଼ୀ ମଞ୍ଚାଷିନ ଥିଲେ। ଏହାପରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଜ୍ଞାନ ବିଜ୍ଞାନ ମେଳାର ବିଭିନ୍ନ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନେ ଆଗାମୀ ୧୨ ତାରିଖରେ ଉମରକୋଟ ଶିଶୁ ମନ୍ଦିର ରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଭାଗ ନେବେ ।ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.