-ସ୍ବର୍ଗତ ରାଣୀ ସାହେଵାଙ୍କ ୮୮ତମ ଜନ୍ମ ଦିବସରେ ରକ୍ତଦାନ ଶିବିର ଆୟୋଜିତ।

4

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା):  ରକ୍ତଦାନ, ମହତ୍ ଦାନ , ଏହାକୁ ଆଧାରକରି ସ୍ବର୍ଗତ ରାଣୀ ସାହେଵାଙ୍କ ୮୮ତମ ଜନ୍ମଜୟନ୍ତୀ ଅଵସରରେ,ଖଲ୍ଲିକୋଟ ଯୁବରାଜ ବଙ୍ଗଳା ସ୍ଥିତ କେ ସି ପବ୍ଲିକ୍ ସ୍କୁଲ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବ୍ରହ୍ମପୁର ରୁ ରକ୍ତଭଣ୍ଡାରର ରକ୍ତ ସଂଗ୍ରହକାରୀ ଦଳ ରକ୍ତ ସଂଗ୍ରହ କରିବାକୁ ଆସିଥିଲେ ।ଖବର ନେବାରୁ ଜଣାପଡିଛି ଯେ, ୨୦୯ ୟୁନିଟ୍ ରକ୍ତର ସଂଗ୍ରହ ହୋଇଥିଲା। ଆଜିର ଏ ମହତ୍ ଉଦ୍ଦେଶ୍ୟ ରେ ଖଲ୍ଲିକୋଟ ବିଭିନ୍ନ ପଞ୍ଚାୟତ, ଖଲ୍ଲିକୋଟ ଏନ୍ ଏ ସି ଜନସାଧାରଣ, ତଥା ବିଭିନ୍ନ ଅନୁଷ୍ଠାନରଛାତ୍ର ଛାତ୍ରୀ ମାନଙ୍କ ସମେତ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ ବୋଲି ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମ ରାଣୀ ସାହେଵାଙ୍କ ଜୀବିତ ଅବସ୍ଥାରେ ୧୯୯୦ ମସିହାରୁ ଆରମ୍ଭ ହୋଇ ଥିଲା ବୋଲି ମର୍ଦ୍ଦରାଜ ସାଂସ୍କୃତିକ ପରିଷଦର ଉପସଭାପତି ଚନ୍ଦ୍ରଶେଖର ପଟ୍ଟନାୟକ , ସାଂସ୍କୃତିକ ପରିଷଦର ସମ୍ପାଦକ ସୁଧାଂଶୁ ଶେଖର ସାହୁ ନିଜର ମତ ପ୍ରକାଶ କରିଛନ୍ତି। ବିଶେଷ କରି ସ୍ୱର୍ଗତ ରାଣୀ ସାହେଵାଙ୍କ ପୁତୁରା ଡକ୍ଟର ସାକେତ ରାମାରାଓ ଙ୍କ ତତ୍ତ୍ଵାବଧାନତାରେ ଉକ୍ତ ମହତ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ଉପସ୍ଥିତ ଥିଲେ ରାଣୀ ସାହେଵାଙ୍କ ପୁତ୍ରବଧୂ, ଭ ଉଣୀ,ଝିଆରୀ ,ଙ୍କ ସମେତ ଅନ୍ୟାନ୍ୟ ଜନସାଧାରଣ ମଧ୍ୟରେ ଥିଲେ ପ୍ରାକ୍ତନ ଚେୟାର ମେନ୍ ରାମମୋହନ ପଣ୍ଡା, ପ୍ରାକ୍ତନ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, କାର୍ଯ୍ୟ ରତ ଏନ୍ ଏ ସି ଚେୟାରମେନ ନିରଞ୍ଜନ ବେହେରା,ରତ୍ନାକର ସାହୁ, ପ୍ରାକ୍ତନ ସରପଞ୍ଚ ଚକ୍ର ପାଣି ରାଉତ, ପ୍ରଫୁଲ୍ଲ କୁମାର ସାହୁ, ଅନୁରୋଧ ସାହୁ , ନାରାୟଣ ପାଢ଼ୀ, ନରେନ୍ଦ୍ର ପାତ୍ର, ଅଶ୍ୱିନୀ ମିଶ୍ର , ଶରତ ଚନ୍ଦ୍ର ଗୋୖଡ, ଏନ୍ ଏ ସି କର୍ମ ଚାରୀ ଗଣ, ଅଧ୍ୟାପକ ବର୍ମା ଉପସ୍ଥିତ ଥିବାବେଳେ ଡ଼ଃ ହରପ୍ରସାଦ ମହାପାତ୍ରଙ୍କ ଭୂମିକା ଅପୂରଣୀୟ ଥିବା ଜଣାଯାଏ।

Leave A Reply

Your email address will not be published.