ସୁଭଦ୍ରା ଶକ୍ତିକେନ୍ଦ୍ର ଉଦ୍‌ଘାଟିତ

4

ବିଜେପୁର :-ବରଗଡ ଜ଼ିଲ୍ଲା ଘେଁସଠାରେ ନବନିର୍ମିତ ସୁଭଦ୍ରା ଶକ୍ତିକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଯୁବ ସଂଗଠକ ପ୍ୟାରିଲାନ ବାରିକଙ୍କ ନେତୃତ୍ବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ସୋହେଲା ବିଡିଓ କରିସ୍ମା ଭେସ୍ରା, ସ୍ଥାନୀୟ ଜେଇ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଜେପିର ବରିଷ୍ଠ ସଦସ୍ୟ ଲୋକେଶ୍ବର ସିଂ ବରିହା, ଶଙ୍କର ମେହେର, ଶିବ ମେହେର, ରିତୁ ସାହୁ, ନିମାଇଁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସୁଭଦ୍ରାଶକ୍ତି ସଦସ୍ୟା ସାମିଲ ହୋଇଥିଲେ । ଅର୍ଜୁନ ପଟେଲ, ମନୋଜ ପଟେଲ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ |

Leave A Reply

Your email address will not be published.