ନଗର କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ।

4

ପଦ୍ମପୁର :- କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଟଙ୍କଧର ସାହୁ ଏବଂ ପଦ୍ମପୁର ନଗର କଂଗ୍ରେସ କମିଟି ଦ୍ଵାରା ଆଜି ପଦ୍ମପୁର କଂଗ୍ରେସ କାର୍ଯ୍ୟାଳୟରୁ ସତାଧିକ କଂଗ୍ରେସ କର୍ମୀ ଏବଂ ପଦ୍ମପୁର ଏନ୍.ଏ.ସି ର ଜନସାଧାରଣ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଯାଇ ତାଙ୍କୁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅନେକ ସମସ୍ୟା ଜଣାଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ I
ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ କଂଗ୍ରେସ କମିଟି ତରଫରୁ ମନିନ୍ଦରଗଡ ବିଧାୟକ ତଥା ଏଆଇସିସି ପର୍ଯ୍ୟବେକ୍ଷକ ଡଃ ବିନୟ ଜୟସ୍ୱାଲ, ରାଜ୍ୟ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଗଣେଶ ସାହୁ, ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ, ନଗର କଂଗ୍ରେସ ସଭାପତି ଶ୍ରୀ ଦିଲୀପ ଦାନୀ, ଗଜେନ୍ଦ୍ର ଶର୍ମା, ନେହେରୁ ତ୍ରିପାଠୀ, ମହେନ୍ଦ୍ର ଖୁଣ୍ଟିଆ, ବିଜୟାନନ୍ଦ ପଟ୍ଟନାୟକ, ଗୌନ୍ତିଆ ସାହୁ, ସନ୍ତୋଷ ଶତପଥୀ, ପ୍ରଦୀପ ସାହୁ, ପ୍ରଦୀପ ବେହେରା, ଅନିଲ କୁମାର ଅଗ୍ରୱାଲ, ପିଣ୍ଟୁ ନାଥ,ପ୍ରଭାତ ବାରିକ, ଗତିକୃଷ୍ଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.