ପଦ୍ମପୁର :- ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବନୀକରଣ କରୁଥିବା ବେଳେ ପଦ୍ମପୁର ବନାଞ୍ଚଳ ରେ କାଠ ମାଫିଆ ସକ୍ରିୟ ରହି ବାରମ୍ବାର ଗଛ କାଟି ଜଙ୍ଗଳ ପଦା କରି ସାରିଲେଣି। ବାରମ୍ବାର କାଠ ସହ ବ୍ୟବହୃତ ଗାଡି କୁ ଜବତ କରୁଥିବା ସତ୍ତ୍ୱେ ମାଫିଆ ମାନେ ତାଙ୍କର ରାଜ୍ ଚଳାଇଛନ୍ତି। କିଛି ଦିନ ପୂର୍ବରୁ ସୁଲିଆ ଠାରେ ଟ୍ରାକ୍ଟର ସହ କେନ୍ଦୁ ଗଣ୍ଡି ଜବତ ହୋଇଥିବା ବେଳେ ଆଜି ପୁଣି କେନ୍ଦୁ ଗଣ୍ଡି ସହ ଏକ ପିକ୍ ଅପ୍ କୁ ଜବତ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂ ବାବୁ ଙ୍କ ନେତୃତ୍ଵରେ ଏକ ଏକ ଟିମ୍ ପାଟଣାଗଡ଼ ରୋଡ ଦହିତା କଲେଜ ନିକଟରେ ଏକ ପିକ୍ ଅପ୍ ନଂ (ଓଆର ୦୫ ଏଇ ୮୩୨୫) କୁ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର୍ ମାରିଛି । ଜବତ କାଠର ଓଜନ ୨୫ କ୍ୱିଣ୍ଟାଲ ଥିବା ବେଳେ ଏହାର ମୂଲ୍ୟ ୧ ଲକ୍ଷ ୨୫ ହଜାର ହେବ। ଏହି ଚଢାଉ ରେ ବନପାଳ ସରୋଜ ସାହୁ, ରାଧାକାନ୍ତ କୁମ୍ଭାର , ପଦ୍ମିନୀ ଭୋଇ, ସ୍କ୍ୱାର୍ଡ ମାନ ଠେଟୁଆ, ସୁଧାଂଶୁ ଭଏଁଷା, ତରଣୀ ଦାସ ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.