ଓଡ଼ଗାଁ,୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନିତ୍ୟାନନ୍ଦ ସାହିର ପ୍ରଫୁଲ୍ଲ କୁମାର ସ୍ୱାଇଁ ଋଣ ଖିଲାପ କରିବା ଅଭିଯୋଗରେ ତାଙ୍କ ଘରକୁ ବ୍ୟାଙ୍କ ନିଲାମ କରିବା ପ୍ରତିବାଦରେ ତାଙ୍କର ଆମରଣ ଅନଶନ ଦ୍ୱିତୀୟ ଦିନରେ ଜାରି ରହିଛି । ଖବର ଅନୁସାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଓଡ଼ଗାଁ ଶାଖାରୁ ପ୍ରଫୁଲ୍ଲ ସ୍ବାଇଁ ବ୍ୟାଙ୍କ ସହିତ ହୋଇଥିବା ଆଲୋଚନା ଅନୁଯାୟୀ ୪ ଲକ୍ଷ ଟଙ୍କାର ବ୍ୟାଙ୍କ ବଣ୍ଡ ସହିତ ଘର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ଉଠାଣ କରିଥିଲେ । ତେବେ ପ୍ରଫୁଲ୍ଲ ଋଣ ବାବଦକୁ ପ୍ରାୟ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ୠଣ ପଇଠରେ ବିଳମ୍ବ ଦର୍ଶାଇ ପ୍ରଫୁଲ୍ଲଙ୍କ ଅଗୋଚରରେ ବ୍ୟାଙ୍କ ୪ ଲକ୍ଷ୍ୟର ବଣ୍ଡକୁ ଋଣ ବାବଦକୁ ଜମା କରିଥିଲେ । ଏନେଇ ବ୍ୟାଙ୍କ ଏବଂ ପ୍ରଫୁଲ୍ଲଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଏବଂ ଘଟଣା ସମ୍ପର୍କରେ ନ୍ୟାୟ ପାଇବାକୁ ପ୍ରଫୁଲ୍ଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଏଭଳି ସ୍ଥିତିରେ ଋଣ ବାବଦକୁ ମୂଳ ଟଙ୍କା ପରିମାଣ ଜମା ହୋଇଥିଲେ ମଧ୍ୟ ସୁଧ ଟଙ୍କାଙ୍କୁ ଦର୍ଶାଇ ବ୍ୟାଙ୍କ ତାଙ୍କ ଘର ନିଲାମ କରିବାକୁ ବିରୋଧ କରି ଆଜକୁ ଦ୍ବିତୀୟ ଦିନରେ ଖରା ବର୍ଷାରେ ସେ ଆମରଣ ଅନଶନରେ ବସିଥିବା ଦେଖାଯାଇଛି । ଶନିବାର ରାତିରେ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କ ତତ୍ବାବଧାନରେ ତାଙ୍କର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ୧୧୨ ମାଧ୍ୟମରେ ତାଙ୍କର ଡ଼ାକ୍ତରୀ ପରୀକ୍ଷା କରାଇଥିଲା ବେଳେ ରବିବାର ବର୍ତ୍ତମାନ ପର୍ଯ୍ୟନ୍ତ କେହି ପ୍ରଶାସନିକ ଅଧିକାରୀ ତାଙ୍କୁ ଭେଟିନଥିବା ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post