ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ଥାନୀୟ ଆର୍ବନ ହଷ୍ଟେଲ ଠାରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀ ଙ୍କ ବାର୍ତ୍ତା ବନ୍ଧୁଭାବ ରଖିବା ହିଁ ଜୀବନ ସମ୍ପଦ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି।
ଏଥିରେ ସମସ୍ତ ଅନ୍ତେବାସୀ ଆଗ୍ରହ ସହିତ ଅଂଶ ଗ୍ରହଣ କରିଥିଲେ। କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗ ଦେଇ ଆମର ପରମ ବନ୍ଧୁ ପରମାତ୍ମାଙ୍କୁ ଜାଣିବା ପାଇଁ ତାଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରିବା ସହିତ ବନ୍ଧୁଭାବ ସମସ୍ତ ପ୍ରାଣୀଜଗତରେ ଦେଖିବା ଏହି କଥାଟିକୁ ପୌରାଣିକ କାହାଣୀ ମାଧ୍ୟମରେ ବୁଝାଇଥିଲେ। ଶେଷରେ ବିଭିନ୍ନ ନାଚଗୀତ ପିଲାମାନେ କରିବା ସହିତ ସେବା ଓ ସମର୍ପଣ ଭାବଟିକୁ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.