ଓଡଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପ୍ରାଥମିକ କୃଷିଋଣ ସମବାୟ ସମିତିରେ ଦୀର୍ଘବର୍ଷ ଧରି ହଟଚମ୍ପଟ ଲାଗିରହିଥିବା ବେଳେ ଓଡଗାଁ ପ୍ରାଥମିକ କୃଷିଋଣ ସମବାୟ ସମିତିର ନିଲମ୍ବିତ ପରିଚାଳନା କମିଟିକୁ ସମ୍ପୁର୍ଣ୍ଣ ଭାବେ ଶୁକ୍ରବାର ଉଚ୍ଚ କର୍ତ୍ତୃପକ୍ଷ ଉଚ୍ଛେଦ କରି ଏଥିରେ ପୁର୍ଣ୍ଣ ଛେଦ ପକାଇଛନ୍ତି । ଅନୈତିକ ଭାବେ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ସ୍ଥାୟୀ ସମ୍ପାଦକ ଦୀପକ୍ କୁମାର ଚୈ।ଧୁରୀଙ୍କୁ ନିଲମ୍ବନ କରିଥିଲେ । ଏବଂ ଜଣେ ଭାରପ୍ରାପ୍ତ ସମ୍ପାଦକଙ୍କୁ ନିଯୁକ୍ତି ପ୍ରଦାନ କରି ଇଚ୍ଛା ଅନୁସାରେ କାର୍ଯ୍ୟ କରି ଚାଲିଥିଲେ । ଏପରି କ୍ଷେତ୍ରରେ ସମ୍ପାଦକଙ୍କ ନିଲମ୍ବନକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅବୈଧ କହିବା ସହିତ ସମ୍ପାଦକଙ୍କୁ ତାଙ୍କ ସ୍ଥାନରେ ପୁନଃ ଅବସ୍ଥାପିତ ପାଇଁ ଆଦେଶ ପ୍ରଦାନ କରିଥିଲେ । ପରିଚାଳନା କମିଟି ପ୍ରଥମେ ଆଦେଶକୁ ଅବମାନନା କରି ପୁନଃ ନିଯୁକ୍ତି ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ଏବଂ ପରବର୍ତ୍ତୀ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ନିଯୁକ୍ତି ପ୍ରଦାନ କରିଥିଲେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ଛଡେଇ ରଖିଥିଲେ । ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ସହିତ ସମିତିର ନୋଟିସ ବହି, ସଭା ବହି ଏବଂ ଉପସ୍ଥାନ ଖାତା ନେଇ ନିଜ ପାଖରେ ରଖିଥିଲେ । ଫଳରେ ଧାନକ୍ରୟଠାରୁ କୃଷି ଋଣ ମଞ୍ଜୁର ଇତ୍ୟାଦିରେ ସମସ୍ୟା ଲାଗିରହିଥିଲା । ଏନେଇ ପରିଚାଳନା କମିଟିର ସଭାପତିଙ୍କ ସହିତ ୧୪ ଜଣ ନିର୍ଦ୍ଦେଶକଙ୍କୁ କ୍ରମାଗତ ଭାବେ ଉଚ୍ଚ ନ୍ୟାୟାଳୟ ଏବଂ ସମବାୟ ବିଭାଗ ଦ୍ଵାରା ନିର୍ଦ୍ଦେଶ ପ୍ରଦାନ କରାଗଲେ ମଧ୍ୟ ଏଥିରେ କୌଣସି ସୁଧାର ପରିଲକ୍ଷିତ ହୋଇନଥିଲା । କ୍ରମାଗତ ଭାବେ ଅବହେଳା କରିବା ସହିତ କୃଷି ସମବାୟ ସମିତିର ଦୈନିନ୍ଦିନ କାର୍ଯ୍ୟରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବାଧା ଉପଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସମବାୟ ସମିତି ଉପନୀବନ୍ଧକ ନୟାଗଡ଼ ଡିଭିଜନ, ନୟାଗଡ଼ଙ୍କ ୧୧.୧୨.୨୦୨୪ ପତ୍ର ସଂଖ୍ୟା ୧୫୩୦ ଅନୁସାରେ ଓଡ଼ିଶା କୋପରେଟିଭ ଆଇନ ୧୯୬୨ ର ଧାରା ୩୨(୧) ଅନୁଯାୟୀ ୧.୧.୨୦୨୫ ତାରିଖରେ ସଦସ୍ୟ ମାନଙ୍କ ଦ୍ଵାରା ଅନୁପାଳନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ଏବଂ ପରିଚାଳନା ପରିଷଦର କାର୍ଯ୍ୟରେ କୌଣସି ସୁଫଳ ମିଳି ନଥିବାରୁ ପରିଚାଳନା ପରିଷଦକୁ ୬ ଗୋଟି କାରଣ ଦର୍ଶାଇ ନିଲମ୍ବନ କରିଥିଲେ । ଅନ୍ୟପକ୍ଷରେ ସମିତିର କାର୍ଯ୍ୟ ପରିଚାଳନା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ନୂତନ ନଥିପତ୍ର କରି ଅଫିସ କାର୍ଯ୍ୟ ଚାଲୁ କରିଥିଲେ । ଫଳରେ ଜିଲ୍ଲା ସମବାୟ କର୍ତ୍ତୃପକ୍ଷ ସମସ୍ତ କାର୍ଯ୍ୟାନୁଷ୍ଠାନ ସତ୍ବେ ସଭାପତିଙ୍କ ସହିତ ପରିଚାଳନା କମିଟି ସଭ୍ୟମାନେ କୌଣସି ମତାମତ କିମ୍ବା ନଥିପତ୍ର ଫେରସ୍ତ କରିନଥିଲେ । ଫଳରେ ସମବାୟ କର୍ତ୍ତୃପକ୍ଷ ସମବାୟ ସମିତିର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି
ନୟାଗଡ଼ ଜିଲ୍ଲା ସମବାୟ ସମିତି ଉପ ନିବନ୍ଧକ ଅନନ୍ତ କୁମାର ନାୟକ ୧ ଅଗଷ୍ଟରେ ତାଙ୍କ କାର୍ଯ୍ୟାଳୟର ପତ୍ରାଙ୍କ ସଂଖ୍ୟା ୧୪୫୧ ଅନୁସାରେ ନିଲମ୍ବିତ ପରିଚାଳନା କମିଟିକୁ ଶୁକ୍ରବାର ଦିନ ସପୂର୍ଣଭାବେ ରଦ୍ଦ କରିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Next Post