ପୋଖରୀରେ ବୁଡ଼ି ୧୧ ବର୍ଷ ନାବାଳିକାଙ୍କ ମୃତ୍ୟୁ

4

ଓଡ଼ଗାଁ,୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମର ରାଜେନ୍ଦ୍ର ନାୟକଙ୍କ ୧୧ ବର୍ଷର ଝିଅ ଜ୍ଜୋତ୍ସ୍ନାରାଣୀ ନାୟକ ଶନିବାର ସକାଳ ପ୍ରାୟ ୧୦ ସମୟରେ ସାଥି ପିଲାଙ୍କ ସହିତ ପୋଖରୀକୁ ସ୍ନାନ ପାଇଁ ଯାଇଥିଲା । ଅସାବଧାନତା ବସତଃ ପାଣିରେ ବୁଡିଯାଇଥିଲା। ସାଥି ପିଲାମାନେ ଲୋକଙ୍କୁ ଡାକିଥିଲେ। ଗୁରୁତର ଅବସ୍ଥାରେ ବାଳିକାଙ୍କୁ ଉଦ୍ଧାର କରାଯାଇ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତ୍ତର ହୋଇପଡ଼ିବାରୁ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା।ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ଏନେଇ ଓଡ଼ଗାଁ ଥାନାରେ୨୬/୨୦୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହେବା ପରେ ଶବ ବ୍ୟବଚ୍ଛେଦ କରି ପୋଲିସ୍ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ।

Leave A Reply

Your email address will not be published.