ଶିଶୁ ମଙ୍ଗଳ ସମିତି ସଦସ୍ୟଙ୍କ ବିରୋଧରେ ଅଭିଯୋଗ

4

ଜଗତସିଂହପୁର,ତା-୦୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଶିଶୁ ସୁରକ୍ଷା ବିବାଦରେ ଜିଲ୍ଲାରେ କାର୍ଯ୍ୟ କରୁଥିବ ରୁଚିକା ସ୍ବେଛାସେବୀ ସଂସ୍ଥାର ଜିଲ୍ଲା ସଂଯୋଜନାଙ୍କୁ ଅସଦାଚରଣ ସମ୍ପର୍କରେ ଥାନାର ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବିବେକାନନ୍ଦ ବଳଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି l ଗତ ୬ ମାସ ଧରି ଅଭିଯୁକ୍ତ ଜଣଙ୍କ ବାରମ୍ଭାର ସମ୍ପୃକ୍ତ ଯୁବତୀଙ୍କୁ ଅସଦାଚରଣ କରିଆସୁଥିଲେ ମଧ୍ୟ ଏହି ସମ୍ପର୍କରେ ବିଭାଗଅଧିକାରୀଙ୍କୁ ଜଣାଇ ଥିଲେ ବି ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଥିଲା ଯାହାଫଳରେ ଯୁବତୀ ଜଣଙ୍କ ଥାନାରେ ଦ୍ୱାରସ୍ତ ହୋଇଥିଲେ l ଏହି ଘଟଣାରେ ଅଧିକ ତଦନ୍ତ ପରେ ସତ କଣ ପଦାକୁ ଆସିବ ବୋଲି କହିଛନ୍ତି ଜଗତସିଂହପୁର ଏସ. ଡି. ପି. ଓ l

Leave A Reply

Your email address will not be published.