ବାଲେଶ୍ୱର ସଦର ବ୍ଲକ ସିନ୍ଧିଆ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ 

0

 ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱର ସଦର ବ୍ଲକ ସିନ୍ଧିଆ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ   ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୂଖି ଯୋଜନା ବିଷୟରେ ଆଲୋଚନା କରିଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମସ୍ତେ କିପରି ପାଇପାରିବେ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବିଷୟରେ ହିତାଧିକାରୀଙ୍କୁ ସୂଚନା ଦିଆଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା, ନିର୍ମାଣ ଶ୍ରମିକଙ୍କୁ  ଘର କରିବା ପାଇଁ କାର୍ଯ୍ୟାଦେଶ,ସ୍ୱନେତ୍ର ଯୋଜନାରେ ଚଷମା ଏବଂ ଏଲ ଇ ଡ଼ି ବଲବ ମଧ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସିନ୍ଧିଆ ପଞ୍ଚାୟତର ସରପଞ୍ଚ ଅନିରୁଦ୍ଧ ପ୍ରଧାନ, ସମିତି ସଭ୍ୟା ସ୍ନେହଲତା  ପାଢୀ ଏବଂ ୱାର୍ଡ ସଭ୍ୟ ପ୍ରସନ୍ନ  ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଯୋଜନା ବିଷୟରେ ଲୋକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.