ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡରେ ଚାଲିଛି ଯୋରଦାର ମାଓ କମ୍ବିଂଗ ଅପରେଶନ ।ଡିଭିଏଫ ଓ ସିଆରପିଏଫ ଜବାନ କମ୍ବିଂଙ୍ଗ ସମୟରେ ପାଇକମାଲ ଥାନା ଅନ୍ତର୍ଗତ ମନଭଙ୍ଗ ଡ୍ୟାମ ଠାରେ ପ୍ରାୟ ୧୦ରୁ ୧୨ ଜଣ ମାଓବାଦୀ ଗୄପକୁ ଦେଖିବାକୁ ପାଇଥିଲେ ।ପୋଲିସ ତରଫରୁ ତାଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା ହେଲେ ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଲିଚାଲନା କରିଥିଲେ । ତେଣୁ ପୋଲିସ ତରଫରୁ ପାଲଟା ଗୁଲି ଚାଲନା କରାଯାଉଛି ।ଏଥିରେ ନୂଆପଡା ବଲାଙ୍ଗୀର ଓ ବରଗଡ଼ ଡିଭିଜର ମାଓବାଦୀ ଅଛନ୍ତି ଏବଂ ତାଙ୍କ ସହିତ ଦୁର୍ଦାନ୍ତ ମାଓବାଦୀ ରବୀନ୍ଦ୍ର ରହିଛି ।ପୋଲିସ ପକ୍ଷରୁ ୧୬ଗୋଟି ଖାଲି ଖୋକା,ଗୋଟିଏ ଧାରୁଆ ଛୁରୀ, ଗୋଟିଏ ଗୁଲେର(ବାଟୁଲି ଖାଡି),ଗୋଟିଏ ଗାମୁଛା ଜବତ କରିଛି ।ଏହି ଗୁଲିଚାଲନାରେ ମାଓବାଦୀ ରବିନ୍ଦ୍ର ଓ ତାର ସହଯୋଗୀ ଆଘାତ ହୋଇଥିବା ପଦ୍ମପୁର ଏସଡିପିଓ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମାଓବାଦୀ ମାନେ ବରଗଡ ବଲାଙ୍ଗୀର ମହାସମୁନ ଡିଭିଜନ ର ସଦସ୍ୟ ବୋଲି ଜଣା ପଡୁଛି । SP ଙ୍କର କହିବା ମୁତାବକ ବର୍ତମାନ ମଧ୍ୟ ଗନ୍ଧମାର୍ଦ୍ଦନ ପର୍ବତ ରେ କଂଭିଂ ଓ ସରଚିଂ ଜାରି ରହିଛି ।