ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ନୁଆ -ଓ” ସାଂସ୍କୃତିକ କାର୍ଯ୍ୟକଳାପର ଉଦ୍ ଯାପନୀ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ଯରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ ଘାଟନ କରିବା ସହ ବିଦ୍ୟାର୍ଥୀମାନେ ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟ ସଂଯୋଜିକା ଅଧ୍ୟାପିକା ରୁନିବାଳା ତ୍ରିପାଠୀ ସାଂସ୍କୃତିକ ପ୍ରତିଯୋଗିତା ଗୁଡିକର ବିବରଣୀ ପାଠ କରିଥିଲେ । ସମସ୍ତ ମଞ୍ଚାସିନ ଅତିଥିମାନ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ, ସମ୍ମାନିତ ଅତିଥି ଭାବେ କ୍ଷତ୍ରିୟବରପୁର ସମିତି ସଭ୍ୟ କୁଞ୍ଜ ବିହାରୀ ନାୟକ ପ୍ରମୁଖ ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ବିଦ୍ୟାର୍ଥୀମାନେ ଶୃଙ୍ଖଳା ସହ ପ୍ରତିଯୋଗୀତା ମାନଙ୍କରେ ଅଂଶ ଗ୍ରହଣ ଏବଂ ଦକ୍ଷତା ପ୍ରତିପାଦନକୁ ଉଚ୍ଚ ପ୍ରଶଂସା କରିଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସାଂସ୍କୃତିକ କାଯ୍ୟକ୍ରମ2ଅନୁଷ୍ଟିତ ହୋଇଥିଲା । ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗୌଡ଼ ଧନ୍ୟଵାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧ୍ୟାପକ କୁମୁଦ ଚନ୍ଦ୍ର ମହପାତ୍ର, ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ପି ଦୀପକ ରାଓ, ଦୀପୁ ଭୁୟାଁ , ମହେଶ୍ଵର ରାଉତ, ଗଙ୍ଗାଧର ରଣା, ପିଙ୍କି କୁମାରୀ ପୋଲ୍ଲେଇ, ରୂପାଲୀ ବିଷୋୟୀ, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣି ବିଶ୍ୱାଳ, ସୀମାଞ୍ଚଳ ବିଶ୍ୱାଳ, ରାମଚନ୍ଦ୍ର ନାୟକ, ମହେଶ୍ଵର ଗୌଡ଼, ବଳରାମ ଗୌଡ଼, ରମେଶ ଚନ୍ଦ୍ର ବିଶୋଇ, ପଦ୍ମ ଚରଣ ନାୟକ, ସନ୍ତୋଷ ବିଶ୍ୱାଳ , ନାରାୟଣ ନାୟକ, ସନ୍ତୋଷ ବିଷୋୟୀ , ବାସନ୍ତୀ ମହାପାତ୍ର, ପ୍ରତିମା ନାଇକ ଓ ମହେଶ୍ଵର ନାଇକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କାରିଥିଲେ ।
Sign in
Sign in
Recover your password.
A password will be e-mailed to you.