ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ନାଟକ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା ଭିନ୍ନ ଶୈଳୀ ତଥା ନିଆରା ସ୍ୱରର ନାଟକ “ଓଡ଼ଶ”। ଛୋଟ ହେଉ ଅଥବା ବଡ ପୃଥିବୀରେ ସମସ୍ତଙ୍କ କିଛି ନା କିଛି ଭୂମିକା ରହିଛି। ଓଡ଼ଶ ପୃଥିବୀରୁ ବିଲୁପ୍ତ ହେଉଥିବା ଏକ ଛୋଟ ଜୀବ।ଛୋଟ ହେଲେ ବି ତାର ଜୀବନ ଅଛି…ଅତଏବ ବଂଚିବାର ଅଧିକାର ମଧ୍ୟ ଅଛି।ମଣିଷ ପରି ସେ ଖାଏ,ବୁଲେ,ଆଶ୍ରୟ ଖୋଜେ,ଭୟକରେ।ତାର ମଧ୍ୟ ସଂସାର ଅଛି, ସ୍ତ୍ରୀ ଛୁଆପିଲା ଅଛନ୍ତି। ଓଡ଼ଶ ମଣିଷର ରକ୍ତ ଶୋଷେ କାରଣ ମଣିଷ ରକ୍ତ ହିଁ ତାର ଖାଦ୍ୟ।ଥରେ ତା ପେଟ ପୁରିଗଲେ ପୁଣି ଭୋକ ନହେବାଯାଏ ସେ ଖାଦ୍ୟ ନିଏନି। ଅଥଚ ମଣିଷକୁ ଅହରହ ଭୋକ- ଖାଦ୍ୟ ଭୋକ, ସମ୍ମାନ ଭୋକ, ଅହଂ ଭୋକ,… ଭୋକର ମହାସମୁଦ୍ର ଭିତରେ ଏଇ ମଣିଷ ଓଡ଼ଶ ପରି କ୍ଷୁଦ୍ର ଜୀବଟିକୁ ଘୃଣା କରିଥାଏ।ସେଇ ଓଡ଼ଶ କିନ୍ତୁ କିଛି ଅସହାୟ ଗରୀବଙ୍କୁ ଦେଇଥାଏ ଜୀବିକା… ସେମାନଙ୍କ ପରିବାର ପ୍ରତିପୋଷଣର ମାଧ୍ୟମ ହୋଇଥାଏ ଓ
। ଓଡ଼ଶ ବି ହୋଇପାରେ ପ୍ରେମର ଏକ ମାଧ୍ୟମ। ଏମିତି ଏକ ରୋଚକ କଥାବସ୍ତୁକୁ ନେଇ ନାଟ୍ୟକାର ଶରତ ଆଚାର୍ଯ୍ୟଙ୍କ ଲିଖିତ ନାଟକ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶନାରେ ବିଭୋର କରିଥିଲା ଦର୍ଶକମାନଙ୍କୁ। ଆଜିର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ନୟାଗଡର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଓଡିଶା ନାଟ୍ୟ ସଂଘର ସଂପାଦକ ଶୁଭକାନ୍ତ ପାଢୀ ଯୋଗଦେଇ ନାଟକର ବିଭିନ୍ନ ଦିଗଉପରେ ଆଲୋକପାତ କରିଥିଲେ।ନାଟକରେ ଡ. ମମତା ମତେ ତ୍ରିପାଠୀ, ଦୀପାଞ୍ଜଳୀ ମହାନ୍ତି,ମାନୁ ପଟ୍ଟନାୟକ,ସୁନୀଲ୍ ପଟ୍ଟନାୟକ,ପ୍ରତାପ ମିଶ୍ର,ସୁନୀଲ ନାୟକ, ପବିତ୍ର ମହାନ୍ତି ଅଭିନୟ କରିଥିବା ବେଳେ ସଂଗୀତ ଦେଇଥିଲେ ପ୍ରତାପ ରାଉତ।ଏହି ଅବସରରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଓଡ଼ିଶା ନାଟ୍ୟସଂଘର ସଭାପତି ମନୋଜ ପଟ୍ଟନାୟକ,ନାଟ ମଣିଷ ଅଶୋକ କର, ବରିଷ୍ଠ ଅଭିନେତା ମନୋରଞ୍ଜନ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଚାଳନ କରିଥିଲେ କବି ଗୋପୀନାଥ ସେଠୀ।ସିରିୟସ ଜୋନ ର ସଭାପତି କିଷାନ କୁମାର ଦାସ ସମସଙ୍କୁ ସ୍ୱାଗତ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ସଂପାଦକ ଯାମିନୀ କାନ୍ତ ମିଶ୍ର।
Sign in
Sign in
Recover your password.
A password will be e-mailed to you.