ମାଲକାନଗିରି(ବି ଶ୍ରୀନିବାସ ପାତ୍ର): ସମ୍ପ୍ରତି ଅନ ଲକଡାଉନ ୨.୦ସମୟରେ କେନ୍ଦ୍ର ସରକାର ଲାକଡାଉନ ରେ ଲୋକଙ୍କ ଯାବତୀୟ ଅସୁବିଧା କୁ ହୃଦବୋଧ କରି ଅନଲକ ୨.୦ଜାରିକରିବା ସହ କିଛି କ୍ଷେତ୍ରରେ କଟକଣା ଉଠାଇବା ସହ ଲାକଡାଉନ ନିୟମରେ କୋହଳ ଆଣିଥିଲେ ମଧ୍ୟ ମାସ୍କ ପରିଧାନ, ସାମାଜିକ ଦୂରତା,ବିବାହ,ସଭା ସମିତି ରେ ନୀୟମ ମାନ ସ୍ଥିର କରିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ବହୁଳ ଭାବରେ ଅଣଦେଖା କରୁ ଥିବା ନଜରକୁ ଆସୁଛି । ଏହିଭଳି ଏକ ଘଟଣା ଆଜି ମାଲକାନଗିରି ସହର ମଧ୍ୟରେ ଥିବା ମଦ ଦୋକାନରେ ଦେଖିବାକୁ ମିଳିଛି। ସାମ୍ବାୟଗୁଡ଼ାରେ ଥିବା ବାର-୧ରେ ସବୁବେଳେ ଜନ ଗହଳି ବିନାମାସ୍କ,ସାମାଜିକ ଦୂରତ୍ୱ ରେ ଖିଲାପ ହେଉଥିବା ଅଭିଯୋଗ ହେଉଥିବା ବେଳେ ଆଜି ଖବର ପାଇ ସବ ଇନ୍ସପେକ୍ଟର ଶୁଭଶ୍ରୀ ଭବାନୀ ଅଚାନକ ଚଢ଼ାଉ କରିବା ସହ ସାମାଜିକ ଦୂରତା ପାଳନ ନହେଉଥିବା ଏବଂ ଅନ ଲାକଡାଉନ୨.୦ ନିୟମ ଖିଲାପ କରୁଥିବାରୁ ଉକ୍ତ ମଦଦୋକାନ କୁ ଟ୫୦୦୦/ ଜୋରିମାନା କରିବା ସହ ଆଗାମୀ ଦିନରେ ଏହିଭଳି ପୁନର୍ବାର ଗହଳି ନ କରିବାକୁ ତାଗିଦ କରିଥିଲେ ।
Sign in
Sign in
Recover your password.
A password will be e-mailed to you.