
ଭୁବନେଶ୍ୱରରୁ ଚକ୍ରଧର ମାଝୀ : ଆପୋଲୋ ହସ୍ପିଟାଲ ରେ ରୋଗୀସେବା ଠପ । ଦିୱାଲୀ ବୋନସ ଦାବିରେ କର୍ମଚାରୀଙ୍କ ଧର୍ମଘଟ । ଜିଦରେ ଆପୋଲୋ କର୍ତୃପକ୍ଷ, ରୋଗୀଙ୍କ ସମ୍ପର୍କୀୟ ଆଶଙ୍କାରେ, ରୋଗୀଙ୍କ ଜୀବନ ସଙ୍କଟରେ । ଜଣେ ଅନ୍ତେବାସୀ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଖବର ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଷ୍ଟି ଆକର୍ଷଣ କଲା ଶାସକ ପ୍ରଶାସକ । ମନ୍ତ୍ରୀଙ୍କ ତାଗିଦ ପରେ ସକାଳ ୬ଜବ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସୋଇଥିବା କର୍ତୃପକ୍ଷ ତତତ୍ପର । ସିଇଓ ଡାକିଲେ ଜରୁରୀ ବୈଠକ । ରୋଗୀଙ୍କ ସେବାରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀଙ୍କ ତାଗିଦ ।
କର୍ମଚାରୀ ଓ ଆପୋଲୋ ହସ୍ପିଟାଲ ମ୍ୟାନେଜମେଣ୍ଟ ମଧ୍ୟରେ ଟଣାଓଟରା ଯୋଗୁଁ ଅପୋଲୋ ହସ୍ପିଟାଲରେ ରୋଗୀସେବା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ସକାଳୁ ଆରମ୍ଭ ହୋଇଥବା ଏହି ଅଚଳାବସ୍ଥା ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ମ୍ୟାନେଜମେଣ୍ଟ ଆନ୍ତରିକତାପୂର୍ଣ୍ଣ ଉଦ୍ୟମ କରିନଥିବା ଯୋଗୁ ରୋଗୀ ମାନେ ନାହିଁ ନଥିବା ହନ୍ତସନ୍ତ ହୋଇଥିଲେ । କର୍ମଚାରୀମାନେ ଫାଟକ ବନ୍ଦ କରିଦେବା ସହ କାହାରିକୁ ଭିତରକୁ ଛାଡି ଦେଇନଥିଲେ । ଏପରିକି କେତେକ ଡାକ୍ତରଙ୍କୁ ମଧ୍ୟ ସେମାନେ ଭିତରକୁ ଯିବାକୁ ଦେଇନଥଲେ । ବିଭିନ୍ନ ଓ୍ୱାର୍ଡରେ ଥିବା ରୋଗୀମାନଙ୍କ ପାଖକୁ ନା ନର୍ସ ନା ଡାକ୍ତର, କେହି ଯାଇନଥିଲେ । ମ୍ୟାନେଜ୍ମେଣ୍ଟ ଓ କର୍ମଚାରୀଙ୍କ ଜିଦ୍ ଯୋଗୁ ଗୁରୁତର ରୋଗରେ ପଡି ରେଫର ହୋଇ ଆସିଥ#ବା ଗୁରୁତର ରୋଗୀମାନେ ସେବାରୁ ବଞ୍ଚିତ ହୋଇଥିଲେ । ଆଶଙ୍କା ଭିତରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଫୋନ କରି ଜଣାଇବା ପରେ ଏ ଆପୋଲୋରେ ଚାଲିଥିବା ଏ କାରନାମା ପଦାକୁ ଆସିଥଲା ।
ଦରମା ବୃଦ୍ଧି ଓ ବୋନସ ଦାବିରେ ଭୁବନେଶ୍ୱର ଆପୋଲୋ ହସପିଟାଲ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରଥ#ଲେ । ଏହା ସହ କର୍ମଚାରୀମାନେ ଧାରଣାରେ ବସିଥିଲେ । ଆନ୍ଦୋଳନକାରୀ କର୍ମଚାରୀମାନଙ୍କ କହିବା ଅନୁଯାୟୀ, ଦୁଇ ବର୍ଷ ହେଲା ବୋନସ ୨୦ ପ୍ରତିଶତ ମିଳୁଥିଲା । ଏଥର ବୋନସ ୧୨ ପ୍ରତିଶତ ମିଳିଛି । ସେଥ#ପାଇଁ ଆପୋଲୋ ହସପିଟାଲର ସମସ୍ତ କର୍ମଚାରୀ ଏହାକୁ ବିରୋଧ ୨୦ ପ୍ରତିଶତ ବୋନସ ଦେବା ଦାବିରେ ଅନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି କର୍ମଚାରୀମାନେ କହିଛନ୍ତି ।