ସଂଗରୋଧ କେନ୍ଦ୍ରରେ ଆତ୍ମହତ୍ୟା କଲେ ପ୍ରବାସୀ 

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଁଳା ପଂଚାୟତର ଡମ୍ବରୁଡ଼ିହା ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ମୃତ ଦେହ  କେନ୍ଦ୍ର ନିକଟ ମହୁଲ ଗଛରେ  ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ମୃତକ ଜଣକ  ହେଲେ ଜଗନ୍ନାଥ ବେହେରାଙ୍କ ପୁଅ ସୁରେନ୍ଦ୍ର ବେହେରା (୩୫) ଓ ତାଙ୍କ ଘର ବୈଶିଙ୍ଗା ଥାନା ଅଧୀନ ରାଇକମା ଗ୍ରାମରେ ବୋଲି ଜଣା ପଡିଛି !  ସେ ତାମିଲନାଡୁର ଚେନ୍ନାଇରୁ ଫେରିଥିବା ବେଳେ  ତାଙ୍କ  ପତ୍ନୀ ଆନ୍ଧ୍ରପ୍ରଦେଶର ପ୍ରଶାନ୍ତି (ପୁଟ୍ଟପର୍ତ୍ତି)ଅଂଚଳରୁ ଫେରିଥିଲେ | ଉଭୟେ ସଙ୍ଗରୋଧରେ ଥିଲେ ! କେନ୍ଦ୍ରରେ କୌଣସି ସୁରକ୍ଷା କର୍ମୀ ନିୟୋଜିତ ନଥିଲେ ! ସୂଚନା ଯୋଗ୍ୟଯେ,  ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସଂଗରୋଧ କେନ୍ଦ୍ରଗୁଡିକ ଅଵ୍ୟବସ୍ଥା ମଧ୍ୟରେ ଚାଲିଛି ! ଏହି ସମୟରେ  ବେତନଟୀ ବ୍ଲକ ଅଁଳା ପଂଚାୟତର ଡମ୍ବରୁଡ଼ହର ସଂଗରୋଧ କେନ୍ଦ୍ରର ନୋଡାଲ ଅଫିସରଙ୍କ ଅବହେଳାକୁ ନେଇ ଗତ କାଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ! ଉକ୍ତ ପ୍ରକାଶିତ ଖବରକୁ ପ୍ରଶାସନ ଗୁରୁତ୍ୱ ନ ଦେବାର ଫଳ ଆଜି ସର୍ବସମ୍ମୁଖକୁ ଆସିଯାଇଛି । ସଂଗରୋଧ କେନ୍ଦ୍ରରେ ଏହି ଆତ୍ମହତ୍ୟା ଘଟଣା ପ୍ରଚାରିତ ହେବା ପରେ ପରେ ବହୁ ଲୋକଙ୍କ ଭିଡ଼ ଜମି ଉଠିଥିଲା ଏବଂ ଏହି ସମୟରେ ସଂଗରୋଧ କେନ୍ଦ୍ର ତଥା ଆଖ ପାଖ ଏକ ନିର୍ଦ୍ଧିଷ୍ଟ ପରିସୀମା ମଧ୍ୟରେ ମୋବାଇଲ ନେଟ ୱାର୍କ ବନ୍ଦ ହୋଇଯାଇଥିଲା  । ତେବେ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ଏହି ଆତ୍ମହତ୍ୟା କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବିଫଳତା ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରାଇଛି ।

Leave A Reply

Your email address will not be published.