ଆସହାୟଙ୍କ ପେଟକୁ ଦାନା ଜଗାଉଛି କଳାଶ୍ରୀ ଯୁବ ସଂସଦ

2

ଘୁ.ଉଦୟଗିରି: ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ କୋଟଗଡ଼ ପଞ୍ଚାୟତରେ ଯୁବ ସମାଜସେବୀଙ୍କ ଦ୍ୱାରା ଗଠିତ କଳାଶ୍ରୀ ଯୁବ ସଂସଦ ଏହି ଲକ ଡାଉନ ସମୟରେ ଅଞ୍ଚଳର ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ଦେଖା ଦେଇଛି I କୋଟଗଡ଼ର ସଚେତନ ନାଗରିକ ମନୋଜ କୁମାର ସାବତଙ୍କ ନେତୃତ୍ୱରେ ଏହି ସଂସଦ ଦ୍ୱାରା ରାଜପଥରେ ଯାଉଥିବା ମାଲ ବୋଝେଇ ଟ୍ରକ ଚାଳକ, ହେଲ୍ପରଙ୍କ ସମେତ ଅଂଚଳ ପ୍ରାୟ ୨୦୦ରୁ ଉର୍ଦ୍ଧ୍ଵ ନିଶହାୟ , ଶାରୀରିକ ବିକଳାଙ୍ଗଙ୍କୁ ଘର ଘର ବୁଲି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି I ଏହି କାମକୁ ଅଞ୍ଚଳବାସୀ ବେଶ ପ୍ରଶଂସା ମଧ୍ୟ କରୁଥିବାର ଦେଖାଦେଇଛି I ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ କଳାଶ୍ରୀ ଯୁବ ସଂସଦର ସଦସ୍ୟ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିବା ସହ ଖାଦ୍ୟ ପ୍ରସ୍ତୁତ କରି ଜନସାଧରଣଙ୍କ ପେଟରେ ଦାନା ଦେଉ ଥିବା ସାଧାରଣରେ ଚର୍ଚ୍ଚା ହେବା ସହ ଭୋକିଲାଙ୍କ ପାଇଁ ଅଶାର ଆଲୋକ ସାଜି ଥିବା ଦେଖା ଦେଇଛି I

Leave A Reply

Your email address will not be published.