ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ହାତ ବଢ଼ାଇଲେ ବିଚାରପତି 

2

ସୁନ୍ଦରଗଡ଼:- କରୋନା ବିପର୍ଯୟ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ପ୍ରଦାନ କରିବା ନିମନ୍ତେ ସୁନ୍ଦରଗଡ଼  ଜଜସିପ ତରଫରୁ ସୁନ୍ଦରଗଡ଼ ଜ଼ିଲ୍ଲା  ଦୌରା ଜଜ  ଶ୍ରୀ ପ୍ରଦିପ କୁମାର ମହନ୍ତଙ୍କ ତତ୍ୱାବଧାନ ରେ ଜ଼ିଲ୍ଲାର ସମସ୍ତ ଜୁଡ଼ିସିଆଲ ଅଫିସର ମାନଙ୍କ ଠାରୁ ୭୦ହଜାର ଟଙ୍କା ସହାୟତା ରାଶି ସଂଗ୍ରହ କରାଯାଇଥିଲା | ସଂଗ୍ରହ କରାଯାଇଥିବା ଅର୍ଥ କୁ ସୁନ୍ଦରଗଡ଼ ଜଜସିପ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ରେଜିଷ୍ଟାର ଶ୍ରୀ ସୈକତ କୁମାର ପାତ୍ର ଓ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ବିଭୁ ପ୍ରସାଦ ପଣ୍ଡା ସୁନ୍ଦରଗଡ଼ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ନରସିଂହ ଚରଣ ସ୍ୱାଇଁ ଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ କରୋନା ମୁକାବିଲା ସମୟରେ ଜନସାଧାରଣ ଙ୍କ ଅସୁବିଧାରେ ଲଗାଯିବା ପାଇଁ ସେ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ପ୍ରଦାନ କରିଥିଲେ |

Leave A Reply

Your email address will not be published.