ଲକ୍ ଡାଉନ୍ ସମୟରେ ରକ୍ତ ଦେଇ ସହାୟତାର ହାତ ବଢାଇଲେ ସମାଜସେବୀ ଶିକ୍ଷୟତ୍ରୀ। 

2

ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଲକ୍ ଡାଉନ୍ ସମୟରେ ମହାମାରୀ କରୋନା ର ଡର କୁ ଭ୍ରୁକ୍ଷେପ ନ କରି ରକ୍ତ ଦେଇ ସହାୟତାର ହାତ ବଢାଇଲେ  ଲୁହାସିଂହା ଗ୍ରାମର ସମାଜସେବୀ, ସୁଲେଖିକା, ଶିକ୍ଷୟତ୍ରୀ ସବିତା ମହରା। ବୌଦ୍ଧ ଜିଲ୍ଲା ବାଉଁସୁଣି ପଞ୍ଚାୟତ ସିଁଙ୍ଗାରି ଗ୍ରାମ ର ଜଣେ ଅସହାୟ ମହିଳା ସତ୍ୟଭାମା ବାଘ ରକ୍ତ ପାଇଁ ମୃତ୍ୟୁ ସହିତ ଲଢେଇ କରୁ ଥିବା ବେଳେ  ଶ୍ରୀମତୀ ମହରା ସୂଚନା ପାଇ ତୁରନ୍ତ ସେଠାକୁ ଯାଇଥିଲେ | ସେଠାରେ  ରକ୍ତଦାନ କରି ସହାୟତା ହାତ ବଢାଇ ଜୀବନ ବଞ୍ଚାଇଲେ। ପ୍ରଥମେ ସେ ଡହ ଡହ ତତଲା ଖରାକୁ ଭ୍ରୁକ୍ଷେପ ନ କରି   ଲକ୍ ଡାଉନ୍ ସମୟରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀମାନଙ୍କୁ ବୁଲି ବୁଲି ଥଣ୍ଡା ପାଣି ଓ କୋଲ୍ ଡ୍ରିଙ୍କ୍ସ ବାଣ୍ଟି ଥିଲେ। ଆଜି ହିନ୍ଦୁ ନବବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜନ୍ମଦିନ ଏଭଲି ଦିନରେ ମହତ କାର୍ଯ୍ୟ  କରିବାର ସୁଯୋଗ ପାଇ ଥିବାରୁ ନିଜକୁ ଧନ୍ୟ ମନେ କରନ୍ତି ବୋଲି କହିଥିଲେ ଶ୍ରୀମତୀ ମହରା।  ଉକ୍ତ କାର୍ଯ୍ୟରେରେ ଶ୍ରୀ ବ୍ରୁନ୍ଦାବନ ମେହେର, ଜୟଦେବ ଜାଲ୍, ସନ୍ତୋଷ ପଟ୍ଟନାୟକ, ନିଳାଦ୍ରୀ ଦେହୁରୀ, ବିଭୁ କଲ୍ୟାଣ ଗଡତ୍ୟା ପ୍ରମୂଖ ସହଯୋଗ କରିଥିଲେ।

Leave A Reply

Your email address will not be published.