ଅଙ୍ଗନବାଡ଼ି କର୍ମୀଙ୍କୁ ମାସ୍କ ବଣ୍ଟନ ତଥା କରୋନା ସମ୍ପର୍କିତ ସଚେତନତା

3

ଭୁବନେଶ୍ୱର(ଶାସକ ପ୍ରଶାସକ) : ରଘୁନାଥପୁର ପଂଚାୟତ ରେ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ବାସ୍ଥ୍ୟ କର୍ମୀ ମହେଶ ସାହୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ କରୋନା ସଂମ୍ପକୀୟ ସଚେତନତା ସହ ମାସ୍କ ତଥା ସାବୁନ ବିତରଣ କରିଥିଲେ।ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଘର ସଦସ୍ୟଙ୍କ କରୋନା ସଂକ୍ରମଣ ଜନିତ ସ୍କ୍ରିନିଂ କରାଯିବା ସହ ଲୋକଙ୍କୁ ସଚେତନ କରାଯାଇଥିଲା

କାର୍ଯ୍ୟକ୍ରମ କୁ ହେଲଥ ସୁପରଭାଇଜର ଦିଲ୍ଲୀପ ମହନ୍ତ ପରିଚାଳନା କରିଥିଲେ। ଡାକ୍ତର ସତ୍ୟ ନାରାୟଣ ଦାଶ ଓ ସ୍ମିଗ୍ଧା ତ୍ରିପାଠୀ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିବା ସହ ସରକାରଙ୍କ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ରୂପେ ପାଳନ କରିବାକୁ ପରାମର୍ଶ।ଦେଇଥିଲେ।ତା ପରେ ଘର ଘର ବୁଲି ସ୍କ୍ରିନିଂ କରାଯିବା ସହ ସାମାଜିକ ଦୂରତ୍ବ ସହ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିଲା।

Leave A Reply

Your email address will not be published.