ବିଜୁଜନତା ଦଳ ପକ୍ଷରୁ ସଚେତନତା ଅଭିଯାନ ସହ ଖାଦ୍ୟ ଓ ମାସ୍କ ବଣ୍ଟନ 

3

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ  :- ବିଜୁ ଜନତା ଦଳ ତରଫରୁ ସଦର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ନେତୃତ୍ବରେ   ସୁନ୍ଦରଗଡ ହେମଗିର ବ୍ଲକ ସୁମରା ଗ୍ରାମ ପଞ୍ଚାୟତ (ଟିକଲିପଡ଼ା ) ଠାରେ କରୋନା  ସଂକ୍ରମଣ ଭୁତାଣୁ ପାଇଁ ତିଆରି ହୋଇଥିବା ଏକାନ୍ତକକ୍ଷ କ୍ୱାରେଣ୍ଟାଇନ ୱାର୍ଡ ପରିଦର୍ଶନ କରି ସ୍ୱଚ୍ଛତା ଏବଂ ସଠିକ ଭାବରେ ତିଆରି କରାଯାଇଛି କିନାହଁ ତାହା ଦେଖିବା ସହିତ ସ୍ବାସ୍ଥ୍ୟକର୍ମୀ ମାନଙ୍କ ସହ  ଏହି ସଂକ୍ରମଣ ରୁ ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ସ୍ୱଚ୍ଛତା ଓ ସାମାଜିକ ଦୂରତା କିପରି ଭାବରେ ପାଳନ କରାଯାଉଛି ଏବଂ ରୋଷେଇ କରାଯାଉଥିବା ଖାଦ୍ୟ ସାମଗ୍ରୀ  ମାନ ନିରୀକ୍ଷଣ କରିବା ସହ ଭୋଜନ ପରସି ଥିଲେ ଏବଂ ଗାଁ ର ଜନସାଧାରଣଙ୍କୁ ମାକ୍ସ ବଣ୍ଟନ କରି  କରୋନା ରୋଗ ବିଷୟରେ ସଚେତନ ଅବଲମ୍ବନ କରିବା ସହ  ସରକାର ଙ୍କ ସମସ୍ତ ନିୟମାବଳୀ ପାଳନ କରିବାକୁ ପରାମର୍ଶ ଦେଇଥିଲେ l  ଉକ୍ତ କାର୍ଯ୍ୟକ୍ରମରେ ତାଙ୍କ ସହ ଥିଲେ  ସୁମରା ପଞ୍ଚାୟତ ସରପଞ୍ଚ ଚନ୍ଦ୍ରକାନ୍ତି ନାଏକ, ଦିବ୍ୟଲୋଚନ ଶାସନୀ, ବେଣୁଧର ମହାକୁଳ, ପବିତ୍ର ପ୍ରଧାନ, ଜନ୍ମ ଓରାମ, ସୁରେଖା ଖୁଣ୍ଟିଆ, ଶ୍ରୀବତ୍ସ ବାଗ ଓ ବିଶ୍ଵାମିତ୍ର ଘୋଷି l

Leave A Reply

Your email address will not be published.