(ପଦ୍ମପୁର/ଶାସକ ପ୍ରଶାସକ):-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମାନେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।ଏହି କ୍ରମରେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟ ପ୍ରକୋଷ୍ଠ ରେ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଏବଂ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରଓ୍ବାନ ଙ୍କ ଉପସ୍ଥିତି ରେ ଲଷ୍ମୀନାରାୟନ ଫୁଡ୍ ପେଡିପ୍ରୋସେସିଂର ନିର୍ଦ୍ଦେଶକ ଦିନେଶ ପାଣିଗ୍ରାହୀ ୨୧୦୦୦ ଟଙ୍କାର ଚେକ୍, ଛାତ୍ରୀ ସୁଶ୍ରୀ ସୋଭନା ସୌଭାଗିନୀ ସାହା ୧୦୦୦୦ ଟଙ୍କା ର ଚେକ୍ ଏବଂ ଛାତ୍ରୀ ଅଲିଭା ଦିଶ୍ରୀ ୫୦୦୦ ଟଙ୍କାର ଚେକ୍,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାନ୍ୟବର ବିଧାୟକ ଶ୍ରୀ ବରିହା ଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ। ବିଧାୟକ ଏବଂ ଉପଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.