ପଦ୍ମପୁର/ଶାସକ ପ୍ରଶାସକ -କରୋନା ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ,ରାଜନୈତିକ ବ୍ୟକ୍ତି ଓ ବ୍ୟକ୍ତି ବିଶେଷ ମାନେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ସହଯୋଗ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ତାଙ୍କର ତିନି ମାସର ଦରମା ରାଜ୍ୟର ସ୍ବାର୍ଥପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ପ୍ରଦାନ କରିଛନ୍ତି । ସେହି କ୍ରମରେ ପଦ୍ମପୁର ସହରର ଜଣାଶୁଣା ବରିଷ୍ଠ ନାଗରିକ ତଥା ପଦ୍ମପୁରର ପୂର୍ବତନ ଗୌନ୍ତିଆ ଶ୍ରୀଯୁକ୍ତ ଭରତଚନ୍ଦ୍ର ମେହେର ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ୫୦୦୦୦ ଟଙ୍କା ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ଅବସରରେ ତାଙ୍କ ପୁଅ ତତା ପଦ୍ମପୁର ସହରର ପୂର୍ବତନ ନଗରପାଳ ପ୍ରିତମ ମେହେର ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post