ପଦ୍ମପୁର(ଶାସକ ପ୍ରଶାସକ)-ଓଡ଼ିଶାରେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ସଙ୍ଖା ବଢିବା ସହିତ ତାଳାବନ୍ଦ ଅବଧି ମଧ୍ୟ ବଢିଛି । ଗତ ୯ ତାରିଖ ଦିନ ଠାରୁ ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ଅତି ଆବଶ୍ୟକ ହେଲେ ଘରୁ ଯଦି ବାହାରିବେ ତା ହେଲେ ସେ ମୁହଁକୁ ମାସ୍କ କିମ୍ବା ରୁମାଲରେ ଘୋଡେଇ ହୋଇ କି ଯିବେ। ବର୍ତ୍ତମାନ ସମୟରେ ତାଳାବନ୍ଦ ଯୋଗୁଁ କାମ ସମସ୍ତଙ୍କ କାମ ବନ୍ଦ ରହିଛି । ଅସହାୟ ତଥା ଦିନମଜୁରିଆ ମାସ୍କ କିଣି ପିନ୍ଧିବା ପାଇଁ ଅକ୍ଷମ ଅଟନ୍ତି । ତେଣୁ ଭେଉଁରିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଜନୀ ସାହୁ ନିଜେ ମାସ୍କ ତିଆରି କରୁଛନ୍ତି । ସମସ୍ତ ଅସହାୟ ଓ ଦିନମଜୁରିଆ ମାନଙ୍କୁ ଏହି ମାସ୍କ ପ୍ରଦାନ କରାଯିବ । ଏହା ଛଡା ଶ୍ରୀମତୀ ରଜନୀ ସାହୁ ପଞ୍ଚାୟତର ବିଭିନ୍ନ ଗାଁ କୁ ଯାଇ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post