ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ R.M.C ମାର୍କେଟର ବ୍ୟବସାୟୀସଂଘ ଦେଲା ୫୫୦୦୦ ଟଙ୍କା

3

ନୟାଗଡ (ବିଶ୍ୱଜିତ ନାୟକ) – ସାରାଭାରତ ବର୍ଷର ମୁଣ୍ଡ ବ୍ୟଥା ସାଜିଥିବା ଏବଂ ଆତଙ୍କରାଜ ସୃଷ୍ଟି କରିଥିବା ମହାମାରୀ କରୋନାର ମୁକାବିଲା କରିବାପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଣ୍ଟା ଭିଡିଥିବା ବେଳେ ଅନେକ ବଦାନ୍ୟବ୍ୟକ୍ତି ଏବଂ ଅନେକ ବାଣିଜ୍ୟସଂଘ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଛନ୍ତି।ସେପରି ଆଜି ମହାମାରୀ କରୋନାର ମୁକାବିଲା ପାଇଁ ନୟାଗଡ R.M.C ମାର୍କେଟର ବ୍ୟବସାୟୀସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକକୁ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ମାଧ୍ୟମରେ 55ହଜାର ଟଙ୍କା ପ୍ରଦାନ କରିଛନ୍ତି।ଏହି ସହାୟତା ରାଶି ପ୍ରଦାନ ସମୟରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ଓ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଉପସ୍ଥିତ ଥିଲେ।

Leave A Reply

Your email address will not be published.