ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ମେଲଛାମୁଣ୍ଡା ସେକସନ ଅଂଚଳରେ ଏକ ହାତୀ ବିଭିନ୍ନ ସ୍ଥାନ ବୁଲାବୁଲି କରି ଅଂଚଳ ବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି । ଗୋଟିଏ ଦିନ ପୂର୍ବରୁ ପଦ୍ମପୁର ରଜାପଡାର ଗୋଟିଏ ପରିବାରର ୩ଜଣକୁ ହାତୀ ଘର ଭିତରେ ଶୋଇଥିବା ଅବସ୍ଥାରେ ମାରିପକାଇଥିବା ଘଟଣା ଲୋକଙ୍କ ମନକୁ ଭୟଭିତ କରି ରଖିଥିବା ବେଳେ ସୋମବାର ରାତିରେ ମେଲଛାମୁଣ୍ଡା ସେକସନ ଅଧିନସ୍ଥ ମାଟିଆମହୁଲ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୁଂଧାଶୁ ମାଝୀଙ୍କ ବାଡିରେ ଏକ ହାତୀ ଝାଡା କରିଥିବା ସହ ଆମ୍ବ ଏବଂ ବାଉଁଶ ଡାଳ ସବୁ ଭାଙ୍ଗିଥିବା ଘଟଣା ଅଂଚଳବାସୀଙ୍କ ମନରେ ଅତଙ୍କ ସୃଷ୍ଟି କରିଛି । ବର୍ତମାନ ମହୁଲ ଫୁଲ ଗୋଟାଇବା ସମୟ ହୋଇଥିବାରୁ ଲୋକେ ଭୋରୁରୁ କ୍ଷେତକୁ ଯାଉଥିବାରୁ ହାତୀର ଉପସ୍ଥିତି ଲୋକଙ୍କ ପାଇଁ କାଳ ପାଲଟିଛି । ମେଲଛାମୁଣ୍ଡା ଅଂଚଳବାସୀ କରୋନା ଭୁତାଣୁ ଭୟରେ ଡରି ଡରି ଜିଉଁଥିବା ବେଳେ ଅନ୍ୟପଟେ ଗାଁ ମୁଣ୍ଡରେ ବଣୁଆ ହାତୀର ଉପସ୍ଥିତି ଲୋକଙ୍କ ମନରେ ଆତଙ୍କକୁ ବହୁ ଗୁଣିତ କରିଛି । ସୋମବାର ରାତିରେ ମେଲଛାମୁଣ୍ଡା ସେକସନ ବନ କାର୍ଯ୍ୟାଳୟରୁ ୧କି.ମି. ଦୂରରେ ଥିଲେ ସୁଦ୍ଧା ବନପାଲ କିମ୍ବା ବନ କର୍ମଚାରୀଙ୍କ ପାଖରେ ଖବର ନ ଥିବା ଘଟଣା ଲୋକଙ୍କ ମନକୁ ଆନେ୍ଦାଳିତ କରୁଛି । ହାତୀଟିକୁ ଅଂଚଳରୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ଦାବୀ ହେଉଛି । ଏ ସଂପର୍କରେ ବନପାଲ ରାଧାକାନ୍ତ କୁମ୍ଭାରଙ୍କ ପଚରାଯିବାରୁ ସୋମବାର ରାତିରେ ମାଟିଆମହୁଲକୁ ହାତୀ ଆସିଥିବା ଖବର ତାଙ୍କ ପାଖରେ ନ ଥିବା ସହିତ ଗୋଟିଏ ହାତୀ ଗନିଆପାଲି ନଦୀ ପାର ହୋଇଥିବା ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.