ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ହୋଇଛି ମୋଟ ୩୪ଟି କରୋନା ପଜିଟିଭ୍

2

ଭୁବନେଶ୍ୱର (ଶାସକ ପ୍ରଶାସକ) :ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଓ ଏହାକୁ ପ୍ରତିହତ କରିବା ପାଇଁ ବିଏମସି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା  ପଦକ୍ଷେପ ସଂପର୍କରେ ଭୁବନେଶ୍ୱର ମହାନଗର ନିଗମ କମିଶନର  ପ୍ରେମଚନ୍ଦ୍ର ଚୌଧୁରୀ ଆଜି ସୂଚନା ଦେଇଛନ୍ତିା  ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ମୋଟ ୩୪ଟି କରୋନା ପଜିଟିଭ୍ କେସ ବର୍ତ୍ତମାନ ୩୧ଟି ଆକ୍ଟିଭ କେସ୍ ରହିଛନ୍ତିା  ୩୪ଟି କରୋନା ପଜିଟିଭ୍ କେସ୍ ମଧ୍ୟରୁ ବଡଗଡ଼ ଅଞ୍ଚଳର ଜଣେ, ଭରତପୁରର ଜଣେ, ଶହୀଦନଗରର ଜଣେ, ସୂର୍ଯ୍ୟନଗରର ୮ ଜଣ, ବମିଖାଲର ୧୪ ଜଣ, କପିଳପ୍ରସାଦର ଜଣେ, ସତ୍ୟନଗରର ୪ ଜଣ,ୟୁନିଟ-୫ର ଜଣେ, ମହିଷାଖାଲ(ବିଜେବି ନଗର)ର ଜଣେ, ମଧୁସୂଦନ ନଗର(ୟୁନିଟ୍-୪)ର ଜଣେ, ଝାରପଡ଼ାର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ |  

Leave A Reply

Your email address will not be published.