ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକକୁ ବାହାର ରାଜ୍ୟରୁ ବୁଗୁଡା ବ୍ଲକକୁ ବୁଧବାର ଅପରାହ୍ନ ୨ ଟା ସୁଧା ଫେରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୧୧୮୭ ଜଣ ପଞ୍ଜୀକୃତ ହୋଇଥିବା ବେଳେ ବାହାର ଦେଶରୁ ପୂର୍ବରୁ ଆସିଥିବା ୨ ଜଣରେ ହିଁ ସ୍ଥିର ଅଛି। ବର୍ତ୍ତମାନମାନ ସୁଦ୍ଧା ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି। ଖୁସିର ବିଷୟ,ଏହି ଘଡିସନ୍ଧି ସମୟରେ ବୁଗୁଡା ବ୍ଲକ ବିଡ଼ିଓ ଭାବେ ଯୋଗ ଦେଇଛନ୍ତି ଦକ୍ଷ ପ୍ରଶାସକ ତନ୍ମୟ ପାତ୍ର । ବିଡ଼ିଓ ଶ୍ରୀ ପାତ୍ର ବୁଗୁଡା ବ୍ଲକରେ ଯୋଗଦେବା ପରେ ନିଷ୍ଠାର ସହ କାର୍ଯ୍ୟ କରିବା ସହ ବର୍ତ୍ତମାନ ଏହି କରୋନା ମହମାରୀକୁ ମୁକାବିଲା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଯୋଗୁଁ ଜନସାଧାରଣ ଆଶ୍ୱସ୍ତ ଲାଭ କରିଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତିମାନେ ସ୍ୱେଚ୍ଛାକୃତ ଭାବେ ନାମ ପଞ୍ଜୀକୃତ କରିବା ପାଇଁ ତଳସ୍ଥରରୁ ଅଙ୍ଗନବାଡି କର୍ମୀ,ଆଶା କର୍ମୀ, ପଞ୍ଚାୟତର ଲୋକ ପ୍ରତିନିଧି ଓ କର୍ମଚାରୀ ମାନଙ୍କୁ ନେଇ ସଚେତନତା କରିବା ସହ ଜନସାଧାରଣଙ୍କୁ ମଧ୍ୟ ସଚେତନ କରାଇଛନ୍ତି। କରୋନା ସମ୍ପର୍କରେ ଖବର ଦେବାପାଇଁ ବୁଗୁଡା ବ୍ଲକ ପାଇଁ ହେଲ୍ପ ଲାଇନ ୬୩୭୦୭୨୯୪୯୬ ଜାରି କରିଛନ୍ତି। ବାହାର ରାଜ୍ୟରୁ କେହି ବ୍ୟକ୍ତି ବୁଗୁଡା ବ୍ଲକର ଯେକୌଣସି ଗ୍ରାମରେ ପହଁଞ୍ଚୀଲେ ସ୍ଥାନୀୟ ଜନସାଧାରଣ ଏହି ହେଲ୍ପ ଲାଇନରେ ଫୋନ କଲେ ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରାଯାଇ ସେହିବ୍ୟକ୍ତିଙ୍କୁ ଡାକ୍ତର ପରୀକ୍ଷା କରାଯାଇ ସଙ୍ଗରୋଧ ଭାବେ ରଖାଯାଉଥିବା ଜଣାପଡିଛି। ସେହିପରି କାହା ନିକଟରେ କରୋନା ସଂକ୍ରମଣର ଲକ୍ଷଣ ଦେଖା ଦେଲେ ୮୭୬୩୪୫୯୪୪୫ ନମ୍ବରରେ ଫୋନ କଲେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚି ରୋଗୀମାନଙ୍କୁ ପରୀକ୍ଷା ପାଇଁ ଡାକ୍ତରଖାନାକୁ ନିଆଯାଉଛି। ଏହାସ୍ଵତ୍ତ୍ୱେ ଏହି ଦୁଇ ନମ୍ବରର ବହୁଳ ପ୍ରଚାର ହେବା ଦରକାର। ପଶାସନର ତପ୍ତରତାକୁ ଜନସାଧାରଣ ହୃଦୟଙ୍ଗମ କରି ଘରୁ ନବହାରିବା, ବାରମ୍ବାର ସାବୁନରେ ହାତ ସଫା କରିବା, ମାକ୍ସ ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ପ୍ରଭୃତି ସରକାରୀ ନିୟମ ପାଳନ କଲେ ଆମେ କରୋନା ମହମାରୀକୁ ପରାସ୍ତ କରିପାରିବା।
Sign in
Sign in
Recover your password.
A password will be e-mailed to you.