ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା 

2

ପଦ୍ମପୁର/ଶାସକ ପ୍ରଶାସକ –  ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏଇ କିଛିଦିନ ହେଲା ଦିନରାତିକୁ ଏକାକାର କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ନିରିହ ନିଃସହାୟ ଖଟିଖିଆ ଦିନ ମଜୁରିଆ କିଭଳି ଭାବେ ଲକଡାଉନ ସମୟରେ ଚଳୁଛନ୍ତି ତାହା ପରଖିବା ପାଇଁ ଲକଡାଉନ ଦିନଠାରୁ ତୋଫାନୀ ଗ୍ରସ୍ତ କରି ଆସୁଛନ୍ତି  । ଏହି ପରିପ୍ରେକ୍ଷୀରେ  ହଠାତ ବାଦିକଟା ପଞ୍ଚାୟତ  ଗ୍ରସ୍ତ କରି ବୁଢ଼ା ବୁଢ଼ୀ ,ନିସହାୟ ଲୋକ ଓ ଓଡିଶା ଜୀବିକା ମିଶନ ପଞ୍ଚାୟତ  ସ୍ତରୀୟ କର୍ମକର୍ତାଙ୍କ ସହ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଅନୁସାରେ କିଭଳି ୩୦ଟଙ୍କିଆ ଖାଦ୍ୟପ୍ରସ୍ତୁତ ଚାଲିଛି ସେ ସମ୍ପର୍କରେ ତଦାରଖ କରିଥିଲେ । ଆଜି ସକାଳେ ବାଦିକଟା ଗ୍ରାମ ପଞ୍ଚାୟତରେ ପହଞ୍ଚି  ନିଜେ ସ୍ୱାଦିଷ୍ଟ  ବ୍ୟଂଜନ ପ୍ରସ୍ତୁତ କରି ନିରିହ ଲୋକ ଙ୍କୁ ନିଜ ହାତ ରେ ପରସି ଥିଲେ । ଉକ୍ତ ରନ୍ଧନ  ଶାଳ ପ୍ରତ୍ୟହ ସଂପାଦନା କତ୍ତ୍ଯବ ପାଇଁ ବାଦିକଟା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ବବିତା ପ୍ରଧାନ, ସୁରେଶ ସାହୁ,ୱାର୍ଡ ମେମ୍ବର ଶେଷଦେବ ପ୍ରଧାନ,ବାଦିକଟା ହାଇସ୍କୁଲ ଶିକ୍ଷକ ତେଜରାଜ ସ୍ୱାଇଁ ଙ୍କ ତତ୍ୱାବଧାନରେ ସବୁଦିନେ ୧୭୦ ଜଣ ଙ୍କ ଖାଦ୍ୟ ପଞ୍ଚାୟତ ସ୍ତରୀୟ ଓଡିଶା ଜୀବିକା ମିଶନ ର ସଭ୍ୟା ତଥା କର୍ମକର୍ତ୍ତା ଦୁର୍ଗେସିନୀ ସ୍ବାଇଁ,ସୁଦେଶ୍ନା ହୋତା,ସୀମା ଭୋଇ,ଜୟ କୁମାରୀ ମାଝି, ସୁରୁନନୀ ପ୍ରଧାନ,ପଙ୍କଜିନୀ ପ୍ରଧାନ,ମହିମା ପ୍ରଧାନ,ସଖି ସାମନୀ,ଲୋଚନା ବରିହା ସମେତ ବିନ୍ଧ୍ୟ ବାସିନୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ମିଳିତ ଉଦ୍ୟମରେ ଗାଁକୁ ଗାଁ ଯାଇ ନିଃସହାୟ ଲୋଙ୍କ ପାଖରେ ସଠିକ ସମୟ ରେ ଆହାର ପହଂଚାଇ ପାରୁ ଥିବାରୁ ଶେଷ ରେ ଅଧ୍ୟକ୍ଷା ମୁକ୍ତା ସାହୁ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

 

Leave A Reply

Your email address will not be published.