ନୟାଗଡ଼ : ଜିଲ୍ଲାପାଳ  ଏବଂ ଏସପି ନୟାଗଡ଼ବାସୀଙ୍କୁ  ଦେଲେ ସଚେତନତାର ବାର୍ତ୍ତା

2

ନୟାଗଡ(ବିଶ୍ୱଜିତ ନାୟକ) : ସାରାଭାରତ ବର୍ଷରେ ଆତଙ୍କ ସୁଷ୍ଟି କରିଥିବା ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ନୟାଗଡ ଜିଲ୍ଲା ପ୍ରଶାସନ କଠୋର କଟକଣା ଜାରି କରିଛି।

ଆଜି ନୟାଗଡ ଜିଲ୍ଲାପାଳ ଏବଂ ଏସ.ପି ଏକ ଭିଡ଼ିଓ ମାଧ୍ୟମରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି।କୌଣସି ଦୋକାନ କିମ୍ବା ହାଟ ଆଗରେ ଅଯଥା ଗହଳି ଦେଖାଯାଏ ଏବଂ ସାମାଜିକ ଦୂରତା ଅବଲମ୍ବନ କରାନଯାଇ ବ୍ୟବସାୟ ଚାଲିଥାଏ ତେବେ ସେହି ଦୋକାନକୁ ସିଲ କରାଯିବ ବୋଲି ଜିଲ୍ଲାପାଳ ଡ. ଟୁୁଡୁ କହିଛନ୍ତି।ଯଦି କୌଣସି ପରିବା ହାଟରେ ଗହଳି ଲାଗିରହେ ଏବଂ ଗ୍ରାହକଙ୍କ ମଧ୍ୟରେ ଏକ ମିଟର ଦୂରତା ଅବଲମ୍ବନ କରାଯାଇନଥାଏ ତେବେ ସେହି ପରିବା ହାଟକୁ ମଧ୍ଯ ବନ୍ଦ କରାଜୀବବୋଲି ଜିଲ୍ଲାପାଳ କହିଛନ୍ତି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ନୟାଗଡ ପୋଲିସ ରାତି ଦିନ ଏକ କରି ନୟାଗଡ ସୀମା ଦେଇ ଆସୁଥିବା ଗଡ଼ିଗୁଡିକୁ ଯାଞ୍ଚ କରୁଛନ୍ତି। ନୟାଗଡ ଟାଉନ ଥାନା ଆଇ.ଆଇ.ସି ଜୟଦେବ ମହାନ୍ତିଙ୍କ ତତ୍ୱବଧାନରେ ଏସ. ଆଇ ସ୍ମୃତିରଞ୍ଜନ ମହାନ୍ତି, ଏସ. ଆଇ ଧର୍ମେନ୍ଦ୍ର ସିଆଳଏବଂ ଏ.ଏସ.ଆଇ ଅଶୋକ ମହାନ୍ତି ନୟାଗଡ ଜାତୀୟ ରାଜପଥରେ ଯା ଆସ କରୁଥିବା ବିଭିନ୍ନ ମଟରଯାନଗୁଡିକୁ ଯାଂଚ ଜରିରଖିଛନ୍ତି। ଅଯଥାରେ ବାହାରକୁ ବାହାରୁଥିବା ବ୍ୟକ୍ତି ବିଶେଷଙ୍କୁ ତାଗିଦ ମଧ୍ୟ  କରୁଛନ୍ତି ଏବଂ ବିଭିନ୍ନ ସ୍ଥାନରେ ନିଶାଦ୍ରବ୍ୟ କାରବାର ଚାଲୁଥିବା ଖବର ପାଇ ସେହି ସ୍ଥାନଗୁଡିକରେ ଚଢ଼ାଉ ଜାରି ରଖିଛନ୍ତି।24ଘଣ୍ଟିଆ ପେଟ୍ରୋଲିଂକୁ ମଧ୍ୟ ନୟାଗଡ ପୋଲିସ ଗୁରୁତ୍ୱ ଦେଇଛି।

Leave A Reply

Your email address will not be published.