ରେଢାଖୋଲ ରେ ଅଘଟଣ: ମହୁଲ ଗୋଟାଇବାକୁ ଯାଇ ମହିଳା ନିଖୋଜ

0 2

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗତକାଲି  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ର ତେରବେଡା ଗ୍ରାମର ଜନୈକା ବିବାହିତା ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରି ନ ଥିବା ଖବର ଜଣାପଡିଛି । ପ୍ରକାଶ ଯେ , ଗତକାଲି ସକାଳେ ରେଢାଖୋଲ ଥାନା ତେରବେଡା ଗ୍ରାମର ଅଶ୍ୱିନୀ କୁମାର ସାହୁଙ୍କ ପତ୍ନୀ ନିଜ ସ୍ୱାମୀ ଏବଂ ନିଜର ଜନୈକ ସଂପର୍କିୟଙ୍କ ସହ ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ସେମାନେ ମହୁଲ ଗୋଟାଉଥିବା ସମୟରେ ନିଖୋଜ ମହିଳା ତାଙ୍କ ସ୍ୱାମୀଙ୍କୁ ଘରକୁ ଯାଇ ଭାତ ଆଣିବାକୁ କହିଥିଲେ। ତାଙ୍କ ସ୍ୱାମୀ ଭାତ ପାଇଁ ଘରକୁ ଯାଇଥିଲେ। ସେମାନେ ଦି ଜଣ ମହିଳା ମହୁଲ ଗୋଟାଉଥିବା ସମୟରେ ହଠାତ୍ ମହିଳା ଜଣଙ୍କ ଜଙ୍ଗଲରୁ ନିଖୋଜ ହୋଇଯାଇଥିଲେ। ସ୍ୱାମୀ ଭାତ ଧରି ଜଙ୍ଗଲରେ ପହଂଚିଲା ବେଳକୁ ସେମାନେ ଆଉ ତାକୁ ପାଇ ନଥିଲେ। ଘରକୁ ଆସି ଗାଁ ଲୋକଙ୍କ ସାମ୍ନାରେ ପ୍ରକାଶ କରିଥିଲେ। ଗ୍ରାମର ୫୦ ଜଣ ଲୋକ ଜଙ୍ଗଲକୁ ଯାଇ ସକାଳ ୯ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ଫେରି ଆସିଥିଲେ। ହେଲେ ନିଖୋଜ ମହିଳାଙ୍କର କୌଣସି ପତା ପାଇ ପାରି ନ ଥିଲେ। ଆଜି ଗ୍ରାମବାସୀ ପୁଣି ସକାଳୁ ଜଙ୍ଗଲକୁ ଖୋଜିବାକୁ ଯାଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣା ପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ମହିଳାକୁ ଗ୍ରାମବାସୀ ପାଇ ନ ଥିବା ଜଣା ପଡିଛି।

Leave A Reply

Your email address will not be published.