କଠୋର ହେବାକୁ ପ୍ରଶାସନକୁ ବାଧ୍ୟ କରନ୍ତୁ ନାହିଁ : ସୁନ୍ଦରଗଡ ଜିଲ୍ଲାପାଳ -ଏସପି 

0 2

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :ଦିନକୁ ଦିନ କରୋନା  ଭୁତାଣୁ ଦ୍ୱାରା ଅନେକ ଦେଶରେ ବହୁ ସଂଖ୍ୟକ ଲୋକ ଜୀବନ ହାରିଥିବା ବେଳେ ଅନେକ ଧନ ଜୀବନ ବ୍ୟହତ ହୋଇ ଚାଲିଛି ଏବେ ମଧ୍ୟ ଏହି ଭୁତାଣୁ ସମ୍ପୂର୍ଣ୍ଣ ପୃଥିବୀ ବର୍ଷରେ ନିଜର ପତିଆରା ଜାହିର କରି ବଢ଼ି ଚାଲିଛି ହେଲେ ତାହାର ନିରାକରଣ ପାଇଁ ବ୍ୟଜ୍ଞାନିକ ଡାକ୍ତର ମାନଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଥୀବା ବେଳେ ଏହି ଭୁତାଣୁ ସଂକ୍ରମଣ ରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ କୌଣସି ମେଡ଼ିସିନ ତିଆରି ହୋଇ ପାରିନାହିଁ | ଏହାକୁ ରୋକିବା ପାଇଁ ଗୋଟିଏ ବିକଳ୍ପ ସାମାଜିକ ଦୂରତା ଏବଂ ସ୍ୱଚ୍ଛତା ଏହାକୁ ଯଦି ଜନସାଧାରଣ ସଠିକ ଢଙ୍ଗରେ ମାନିପାରିଲେ ଏହି ଭୁତାଣୁ କୌଣସି ମନେ କାହାକୁ ମଧ୍ୟ କିଛି କରିପାରିବ ନାହିଁ ଏବଂ ନିଜେହିଁ ଭୁତାଣୁ ମରିଯିବ | ତେଣୁ ଏହି ସଂକ୍ରମଣରୁ ବଞ୍ଚିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଗଣମାଧ୍ୟମ ଦ୍ଵାରା ,ସୋସିଆଲ ମିଡ଼ିଆ  ଦ୍ୱାରା, ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ସଚେତନତା ବାର୍ତ୍ତା ଦେଇଚାଲିଛନ୍ତି କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ତାହାର ବ୍ୟତିକ୍ରମ ଦେଖିବା ପାଇଁ ମିଳୁଛି |

ସୁନ୍ଦରଗଡ଼ ଜିଲ୍ଲାରେ  ପ୍ରଶାସନ ପକ୍ଷରୁ ଅନେକ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି | କିନ୍ତୁ ଲୋକେ ବୁଝିବା ପାଇଁ ଉଚିତ ମନେ କରୁନାହାନ୍ତି | ତେଣୁ ଲୋକ ସାମାଜିକ ଦୁରତା ବଜାୟ ରଖିବେ ବୋଲି ପଞ୍ଚମୁଖୀ ସାପ୍ତାହିକ ବଜାରକୁ  ଭବାନୀ ଭବନ ପଡ଼ିଆକୁ ସ୍ଥାନାନ୍ତରିତ କରାଯାଇଛି | କିନ୍ତୁ ଏବେବି ଲୋକ ସାମାଜିକ ଦୁରତା ଉପରେ ନଜର ରଖୁନାହାନ୍ତି | ସୁନ୍ଦରଗଡ଼ ସହରରେ ଥିବା କୌଣସି ଗ୍ରୋସୋରି ଦୋକାନ ମଧ୍ୟ ସଠିକ ଭାବେ ଏହି ଦୁରତା ବଜାୟ ରଖୁନାହାନ୍ତି ଏବଂ ତାଙ୍କର ଦୋକାନର୍ ଜିନିଷ କେମିତି ବେଶୀ  ବିକ୍ରି ହେବ ସେଥିପାଇଁ ସେମାନେ ବ୍ୟସ୍ତ   |  ଏଥିପାଇଁ ସେମାନେ ସାମାଜିକ ଦୂରତ୍ବକୁ ମଧ୍ୟ ଜଳାଞ୍ଜଳି ଦେଉଛନ୍ତି | ଏହିସବୁ  ଘଟଣା ସମ୍ପର୍କରେ ପ୍ରଶାସନ ଅବଗତ ହେବାପରେ ବାଧ୍ୟହୋଇ ଗତକାଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଏବଂ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର ଜନସାଧାରଣଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ  ଜାରୀ କରିଛନ୍ତି | ପ୍ରଶାସନକୁ ଜନ ସାଧାରଣ ସହଯୋଗ କରନ୍ତୁ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ବାଧ୍ୟ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଓ ଏସପି | ଶୁଣନ୍ତୁ ଆଉ କଅଣ କଣ କହିଛନ୍ତି ଜିଲ୍ଲାପାଳ ଓ ଏସପି ଲୋକଙ୍କ ଉଦ୍ଦେଶ୍ୟରେ |

Leave A Reply

Your email address will not be published.