ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଗୋଳାବନ୍ଧ ସରପଞ୍ଚ

0 2

ମାଣିତରାରୁ ଜଣକୁ ଉଠାଇ ନେଲା ପୋଲିସ, ରାସନ ସାମଗ୍ରୀ ସହ ମିଳିଲା ଏକ ହଜାର ଟଙ୍କା

ବୁଗୁଡା /  ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡା ବ୍ଲକ, ଗୋଳାବନ୍ଧ ପଞ୍ଚାୟତ   ଯୁବ ସରପଞ୍ଚ ବସନ୍ତ କୁମାର ସାମଲ ଘର ଘର ବୁଲି ରନ୍ଧାଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି।ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ ଦେବାପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଘର ଘର ବୁଲି ରାନ୍ଧଖାଦ୍ୟ ଦିଆଯାଉଥିବା ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

ମାଣିତରା ପଞ୍ଚାୟତରେ ରୋଷେଇ ଚାଲିଥିବା ସମୟରେ ସେହି ପଞ୍ଚାୟତର ନଗୁଡୁ ଗ୍ରାମର ଦାମ ନାୟକଙ୍କ ପୁଅ ଶିବ ନାୟକ ପଞ୍ଚାୟତ ଅଫିସକୁ ଯାଇ ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ବଚସା କରିବା ଯୋଗୁଁ ବୁଗୁଡା ପୋଲିସ ଶିବକୁ ଧରି ନେଇଥବା ଜଣାପଡିଛି।

  ଖୋଳଖାଳି ପଞ୍ଚାୟତରେ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ଓ ସମିତି ସଭ୍ୟ ବିବେକାନନ୍ଦ ବାରିକଙ୍କ ଉପସ୍ଥିତିରେ ପିଇଓ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ସହ ପ୍ରତି ରାସନ କାର୍ଡ଼ ପିଛା ଏକ ହଜାର ଟଙ୍କା ପ୍ରଦାନ କରିଥିଲେ।

Leave A Reply

Your email address will not be published.