ବରଗଡ(ଶାସକ ପ୍ରଶାସକ) :- କରୋନା ସଂକ୍ରମଣ ପାଇଁ ସମଗ୍ର ଅଞ୍ଚଳ ଲକ୍ ଡାଉନ ଥିବାବେଳେ ବରଗଡ଼ ରେ ଠାବ ହୋଇଛି ନକଲି ମଦ ତିଆରୀ କାରଖାନା ।ଏହି ଘଟଣା ରେ ପୋଲିସ ୨ ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୨୮ ଲକ୍ଷ ଟଙ୍କା ସମେତ ମଦ ତିଆରି ସରଞ୍ଜାମ,ସରକାରୀ ଚିନ୍ହ ଥିବା ଷ୍ଟିକର,ନକଲି ମଦ, ମଦ ବୋତଲ ଠିପି,ନିଶା ବଟିକା ଆଦି ଜବତ କରିଛି ବରଗଡ଼ ପୋଲିସ ।ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଆଶାକିରଣ ନିକଟରେ ରହୁଥିବା ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲାର ଦିହିରାଲକ ଗ୍ରାମର ଅବିନାଶ କୁମାର ଗୁପ୍ତା ଦୀର୍ଘଦିନ ହେବ ରହି ସେଠାରେ ନକଲି ବିଦେଶୀ ମଦ ତିଆରି କରିଆସୁଥିଲେ ଏଥିରେ ବଲାଙ୍ଗୀର ରେ ରହୁଥିବା ଝାରଖଣ୍ଡ ରାଜ୍ୟ ପାଲାମୁ ଜିଲ୍ଲାର ଶତୃଘନ ପ୍ରସାଦ ଗୁପ୍ତା ସହଯୋଗ କରୁଥିଲା ।ତେବେ ଅବିନାଶ ର ଅତାବିରାରେ ଥିବା ଢ଼ାବା ଜରିଆରେ ଏହି ନକଲି ମଦ ଯୋଗାଣ ହେଉଥିବା ବରଗଡ଼ ଆରକ୍ଷୀ ଅଧିକ୍ଷୀକା ପଦ୍ମିନୀ ସାହୁ କହିଛନ୍ତି ।ତେବେ ଗତକାଲି କୌଣସି ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୁଝାରୀ ଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇ ଉଭୟ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ ।ସେମାନଙ୍କ ବିରୋଧରେ ମାମଲା ରଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.