ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର

0 2

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ଏକ ଫଟୋ ଉତ୍ତୋଳନ କରୁଥିବା ସମୟରେ କାର୍ଯ୍ୟରତ ସାମ୍ବାଦିକ କନ୍ଦର୍ପ ବେହେରାଙ୍କୁ ସିକ୍ୟୁରିଟି ଗାର୍ଡ ବା ସୁରକ୍ଷାକର୍ମୀ ଦୁବ୍ୟବହାର କରିଥିବା ଜଣାପଡିଛି ।ଆଜି ସକାଳେ ସାମ୍ବାଦିକ ଜଣକ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ସାମ୍ନାପଟୁ ଏକ ଫଟୋ ଉଠାଉଥିବା ସମୟରେ ଜନୈକ ସୁରକ୍ଷକର୍ମୀ ଏହାକୁ ନେଇ ବିରୋଧ କରିବା ସହ କ’ଣ ପାଇଁ ଫଟୋ ଉଠାଉଛୁ ବୋଲି କହିଥିଲେ । ତା’ପରେ ସାମ୍ବାଦିକଙ୍କ ନିକଟକୁ ଯାଇ ତାଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ଏସଡିଏମ୍‌ଓଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.