ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍ ଓ ମୋବାଇଲ ଫ୍ଲାସ ଲାଇଟ୍ ରେ  ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସମର୍ଥନ ଜଣାଇଲେ ପାରଳାବାସୀ 

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭୁତାଣୁ ସଂକ୍ରମଣର ଦେଖା ଦେଇଥିବା  ସଂକଟମୟ ପରିସ୍ଥିତିର ମୁକାବିଲା କରିବା ପାଇଁ ଏବଂ କରୋନା ବିରୋଧୀ ଲଢ଼େଇକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଦେଶବାସୀଙ୍କୁ ଦେଇଥିବା ଆହ୍ବାନ ଓ ନିବେଦନକୁ  ପାରଳାଖେମୁଣ୍ଡି ସହରବାସୀ  ଆଗ୍ରହର ସହ ଗ୍ରହଣ କରି ବିପୁଳ ଜନ ସମର୍ଥନ ଦେଇଥିଲେ ।

  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ଓ ନିବେଦନ ପ୍ରକାରେ ସମସ୍ତେ  ୫ ତାରିଖ ରବିବାର ରାତି ଠିକ ୯ ଟା ସମୟରେ ଘରର ସମସ୍ତ ଲାଇଟ ବନ୍ଦ କରିଦେଇ ୯ ମିନିଟ ପର୍ଯ୍ୟନ୍ତ ସାମୁହିକ ଶକ୍ତି ଦ୍ୱାରା କରୋନା ଭୁତାଣୁର ସଂକ୍ରମଣକୁ ପରାସ୍ତ କରିହେବା ଉଦ୍ଦେଶ୍ୟ ନେଇ  ନିଜ ନିଜ ଘର ଦାଣ୍ଡ ଦୁଆର ଏବଂ ବାଲକୋନିରେ ରହି ଦୀପ , ମହମବତୀ , ଟର୍ଚ୍ଚ ଲାଇଟ୍  ଓ ମୋବାଇଲ ଫ୍ଲାସ ଲାଇଟ ଲଗାଇ ମହାଶକ୍ତିର ଜାଗରଣ ସୃଷ୍ଟି କରାଇଥିଲେ ।

    ଏହି ସମୟ ମଧ୍ୟରେ ସମସ୍ତେ କରୋନା ସଙ୍କଟର ନିରାଶାର ଅନ୍ଧକାରକୁ  ଟର୍ଚ୍ଚ , ମହମବତୀ ଓ ଦୀପ ଲଗାଇ ଉଜ୍ଜଳମୟ କରିଦେଇ ଥିଲେ । 

     ସାମୁହିକ ଭାବେ ଐକ୍ୟବଦ୍ଧ ହୋଇ ଏଭଳି ଉଜ୍ଜଳମୟ ଅଗ୍ନିର ଜ୍ବଳନ ଶକ୍ତି ଦ୍ୱାରା କରୋନା ଭୁତାଣୁ ନଷ୍ଟ ହୋଇଯିବେ । ଅନ୍ୟପକ୍ଷରେ ଏଭଳି ଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତିର ଉନ୍ନତି ହେବା ସହିତ ଭୌତିକ ଶରୀର ନିରୋଗତାର ମାଧ୍ୟମ ହୋଇପାରିବ। 

   ମୁଖ୍ୟତଃ ଭାବେ ଯେଉଁମାନେ ଏଭଳି ସଙ୍କଟମୟ ପରିସ୍ଥିତିରେ ପୀଡିତ ମାନଙ୍କୁ ଦିନରାତିକୁ ଏକ କରିଦେଇ ନିରନ୍ତର ସେବା ଯୋଗାଇଦେଇ ଆସୁଛନ୍ତି ଏବଂ କରୋନାର ଦୃଢ଼ ମୁକାବିଲା କରିବାରେ ଲାଗି ପଡିଛନ୍ତି , ସେମାନଙ୍କ ପାଇଁ ନିଶ୍ଚିତ ଭାବେ ଏହିଭଳି ଉଜ୍ଜଳ , ନିରାଶାର ଅନ୍ଧକାରକୁ ସମ୍ପୂର୍ଣ୍ଣ ହଟାଇ ଦେବାରେ ବେଶ ସହାୟକ ହୋଇପାରିବ ଏବଂ ଦେଶରେ ସମଗ୍ର ମାନବ ଜାତି ସୁରକ୍ଷିତ ରହି ପାରିବେ ।

Leave A Reply

Your email address will not be published.