ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇଲେ ଜିଲ୍ଲାବାସୀ

0 2

ନୂଆପଡା.(ଅମିତ ପୁରୋହିତ); କରୋନା ଭାଇରସରେ ସାରା ବିଶ୍ୱ ଆତଙ୍କିତ ହୋଇପଡିଥିଲା ବେଳେ ପୋଲିସ ସ୍ୱାସ୍ଥ୍ୟ ବିଭାଗିୟ କର୍ମଚାରୀ ତଥା କରୋନା ବିପକ୍ଷରେ ଲଢୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ନିଷ୍ଠାପର  କର୍ତ୍ତବ୍ୟକୁ ସମ୍ମାନ ଜଣାଇବା ନିମନ୍ତେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାତି ୯ଟା ରୁ ୯ ମିନିଟ ପର୍ଯ୍ୟନ୍ତ ପ୍ରଦୀପ ପ୍ରଜ୍ୱୋଳନ କରିବା ନିମନ୍ତେ ସାରା ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଏହାକୁ ନୂଆପଡା ଜିଲ୍ଲାବାସୀ ବିପୁଳ ମାତ୍ରାରେ ସମର୍ଥନ ଜଣାଇ ଥିଲେ । ନିଜ ଘରେ ଦୀପ ଜଳାଇବା ସଙ୍ଗେ ସଙ୍ଗେ ମୋବାଇଲର ଫ୍ଲାସ୍ ଲାଇଟ ଜଳାଇ କରୋନା ନାମକ ମାଡି ଆସିଥିବା ଅନ୍ଧାରକୁ ଦୂର କରିବାରେ ନିଜର ସମର୍ଥନ ଜଣାଇଥିଲେ । ଜିଲ୍ଲାରେ ଏକ ପ୍ରକାର ଦୀପାବଳୀର ବାତାବରଣ ସୃଷ୍ଟି ହୋଇଥିଲା । ପୂର୍ବରୁ ଲୋକେ ଘଣ୍ଟ, ଥାଳି ଆଦି ବଜାଇ ମୋଦିଙ୍କ ଆହ୍ୱନକୁ ସମର୍ଥନ ଜଣାଇଥିଲେ । ଆଜି ମଧ୍ୟ ଲୋକେ ବିପୁଳ ମାତ୍ରାରେ ପ୍ରଧାନ ମନ୍ତ୍ରୀଙ୍କୁ ସମର୍ଥନ ଜଣାଇଛନ୍ତି ।  

 

Leave A Reply

Your email address will not be published.