ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ବୁଗୁଡା ଥାନା ଗସ୍ତ

0 2

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ରବିବାର ଦିନ ବୁଗୁଡା ଥାନା ପରିଦର୍ଶନ କରିଥିବା ଜଣାପଡିଛି।ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ସାରା ଗଞ୍ଜାମ ଜିଲ୍ଲାରେ ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ୧୯ ଘଣ୍ଟା ସଟ ଡାଉନ ଘୋଷଣା କରିବା ପରେ ଶ୍ରୀ ରାଏଙ୍କ ବିଭିନ୍ନ ଥାନା ଗସ୍ତରେ ଯିବା ନିଶ୍ଚିତ ଭାବେ ଗୁରୁତ୍ୱ ବଢ଼ାଇ ଦେଇଛି।ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଏ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ସହ ସଟ ଡାଉନ ବିଷୟ ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ବିସ୍ତୃତ  ଆଲୋଚନା କରିଥିଲେ।ଆଇଆଇସି ଶ୍ରୀ ବେହେରା ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇବା ସହ ଦିବା ୧୨ ଘଣ୍ଟାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ସମସ୍ତେ ଘରେ ରହିବାକୁ ଅନୁରୋଧ କରାଯାଇଥବା ପ୍ରକାଶ କରିଥିଲେ। ଯେଉଁମାନେ ସଟ ଡାଉନ ସମୟରେ ଆଇନ ଅମାନ୍ୟ କରି ଘରୁ ବାହାରକୁ ଆଇବେ ସେମାନଙ୍କୁ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ବୋଲି ଚେତାବନୀ ଦିଆଯାଇଥିବା ପ୍ରକାଶ କରିଥିଲେ। ବୁଗୁଡା ଥାନା କାର୍ଯ୍ୟକ୍ରମରେ ଏସପି ଶ୍ରୀ ରାଏ ସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ସଟ ଡାଉନ ବିଷୟରେ ମଧ୍ୟ ଡ଼ାକବାଜି ଯନ୍ତ୍ର ଦ୍ୱରା ଜନସଚେତନତା କରିଥିବା ଜଣାପଡିଛି। ସେହିପରି କୌଣସି ପରିସ୍ଥିତିରେ ମଧ୍ୟ ବାଇକ ଗଡ଼ିବାକୁ ଦିଆଯିବ ନାହିଁ ବୋଲି ଜଣାପଡିଛି।

Leave A Reply

Your email address will not be published.