ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ “କରୋନା” ରୁ ମୁକ୍ତି ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ଖାଦ୍ୟ ବଣ୍ଟନ 

0 2

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) ସୁନ୍ଦରଗଡ଼ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଦେଖାଦେଇଥିବା ମହାମାରୀ  “କରୋନା”ରୁ ମୁକ୍ତି ପାଇଁ ସୁନ୍ଦରଗଡ଼ ସାପ୍ତାହିକ ହାଟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଯୋନ ସଭାପତି ବୈକୁଣ୍ଠ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି  ଜିଲ୍ଲା ସଭାପତି ଵିନୟ ଟପ୍ପୋ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ଏ ଅବସରରେ ଦୈନିକ ବସୁଥିବା ହାଟ ଓ ସାପ୍ତାହିକ ହାଟକୁ ଆସିଥିବା ଲୋକଙ୍କୁ ଏବଂ ହାଟରେ ବସିଥିବା ଦୋକାନିମାନଙ୍କୁ ଖାଦ୍ୟ,ପାଣିବୋତଲ ସହ ଗୋଟିଏ ଲେଖାଏଁ ସାବୁନ ବଣ୍ଟନ କରାଯାଇଥିଲା ।ଏଥିସହ ଲୋକଙ୍କୁ କରୋନା ରୁ ରକ୍ଷା ପାଇବାପାଇଁ ସର୍ବଦା ନିଜ ହାତକୁ ସଫା ରଖିବା,ଘରୁ ପଦାକୁ ନ ବାହାରିବା ସହ ଲକ ଡ଼ାଉନ ନିୟମକୁ ପାଳନ କରିବାପାଇଁ ସଚେତନ ସହ ଅନୁରୋଧ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ କାଉନସିଲର ପଞ୍ଚା ବାର୍ଳା, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ମୁକେଶ ପୁରୋହିତ, ରାଜ୍ୟ ବିଜୁ ଛାତ୍ର ଜନତାଦଳର ସମ୍ପାଦକ ଶିବାଜୀ ନାଏକ,ସୁବ୍ରତ ନାଏକ,ତାପସ ପଣ୍ଡା,ରୋଶନ ସାହୁ,ପିକୁ ପଟ୍ଟନାୟକ, ପ୍ରକାଶ ସାହୁ,ଅଭିଷେକ ତ୍ରିପାଠୀ,ରାଜେଶ ପାଢ଼ୀ ଓ ଟିକୁ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.