ରାଜ୍ୟରେ ଥିବା ସମସ୍ତ ଗଣମାଧ୍ୟମ ସଂଘ ଆଉ ସଂଘ ନେତାମାନଙ୍କ ପାଇଁ ଉଦାହରଣ ସାଜିଲା ରାୟଗଡା ପ୍ରେସ ୟୁନିଅନ

0 2

 ୟୁନିୟନର ସଭ୍ୟ ଓ ସେମାନଙ୍କ ପରିବାରର ମାସକ ଚଳିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ 

ରାୟଗଡ(ସରୋଜ ସାହୁ): ସାରା ପୃଥିବୀ ବର୍ତମାନ ମହାମାରୀ କୋରନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ସାରିଛି । ଏହି ଭୂତାଣୁର ସଂକ୍ରମଣରେ ଆମ ଦେଶ ଓ ରାଜ୍ୟ ଓଡିଶା ମଧ୍ୟ ବାଦ ପଡିନାହିଁ । ଏହି ଭୂତାଣୁର ସଂକ୍ରମଣ ନବ୍ୟାପିବା ପାଇଁ ଏହାକୁ ସରକାର ଜାତୀୟ ବିପତି ଭାବେ ଘୋଷଣା କରିବା ସହ ଏହାର ଦୂରୀକରଣ ନିମନ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ସମଗ୍ର ଦେଶକୁ ଲକ ଡାଉନ ଜାରୀ ରଖିଛନ୍ତି । ବର୍ତମାନ ସୁଧା ଏହି ଭୂତାଣୁର ଚିକିତ୍ସା  ନିମନ୍ତେ କୋଣସି ଔଷଧ ବାହାରିପାରି ନାହିଁ ତେଣୁ ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । କିନ୍ତୁ ଅନ୍ୟ ଏକ ଦିଗକୁ ଯଦି ଆମେ ଅନୁଧ୍ୟାନ କରିବା ଏହି ଲକ ଡାଉନ ଫଳରେ ଗରିବ ଖଟିଖିଆ, ଦିନ ମଜୁରୀଆ, ଉଠା ଦୋକାନୀ ପ୍ରାୟ ସମସ୍ତ ଜନସାଧାରଣ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ବର୍ତମାନ ସ୍ଥିତିରେ କାମ ନାହିଁ ତ ରୋଜଗାର ନାହିଁ ଲୋକେ ଖାଇବାକୁ ନ ପାଇ ଡହଳ ବିକଳ ପରିସ୍ଥିତି ଉପୁଜିବାକୁ ବସିଲାଣି । ଏଥିନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ସମସ୍ୟାର ମୁକାବିଲା କରିବାନେଇ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକାରୀ ଜାରୀ ରଖିଛନ୍ତି ଯାହା ସୂଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି ଯାହା ଜିଲ୍ଲା ସ୍ତରରେ ଓ ପଂଚାୟତ ସ୍ତରରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକ ମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ଯଥା ଚାଉଳ, ଚୁଡା ଭଳି ଖାଦ୍ୟ ଯୋଗାଣ, ଭତା ବଣ୍ଟନ ଭଳି କାର୍ଯ୍ୟକ୍ରମ ମାନ ଜାରୀ ରଖିଛନ୍ତି । ସେହିଭଳି ଏହି ମାରାତ୍ମକ ଭୂତାଣୁ ରୋକିବା ଦିଗରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କ ସକାଶେ ୧ କୋଟି ଟଙ୍କାର ବୀମା ରାଶି ଘୋଷଣା କରିଛନ୍ତି ।

କିନ୍ତୁ ପରିତାପର ବିଷୟ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର ଏହି ଜରୁରୀ କାଳୀନ ପରିସ୍ଥିତିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସକାଶେ କୌଣସି ସହାୟତା ପ୍ରଦାନ କରିବା ଦିଗରେ ପ୍ରୟାସ କରିନାହାଁନ୍ତି ଯାହା ଅତି ଦୁଃଖର ବିଷୟ । ଗଣମାଧ୍ୟମର ପ୍ରଦିନିଧି ମାନେ ମଧ୍ୟ ନିଜର ଜୀବନକୁ ବାଜି ଲଗାଇ ଲଗାତାର ଭାବେ ଏହି ମାରାତ୍ମକ ଭୂତାଣୁର ଖବର ଓ ସରକାରଙ୍କ ତରଫରୁ ଜାରୀ ହେଉଥିବା ପ୍ରତିରକ୍ଷା ନିମନ୍ତେ ସତର୍କ ସୂଚନା ମାନ ପ୍ରସାରଣ କରିଆସୁଛନ୍ତି । କିନ୍ତୁ ସେମାନଙ୍କ ପାଇଁ କୌଣସି ସୁବିଧାନ ନାହିଁ । ଏହି ସବୁକୁ ଦୃଷ୍ଟିରେ ରଖି ପ୍ରେସ ୟୁନିୟନ ରାୟଗଡର ଏକ ପରିଚାଳନା କମିଟି ବୈଠକ ବସି ନିଷ୍ପତି ନେଲା ଯେ, ଏହି ଭଳି ଘଡିସନ୍ଧି ସମୟରେ ପ୍ରେସ ୟୁନିୟନ ରାୟଗଡରେ ଥିବା ସମସ୍ତ ୨୨ ଜଣ ସଭ୍ୟଙ୍କୁ ଏକ ମାସ ଚଳିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ନିଷ୍ପତି ନେଇ ୟୁନିୟନର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ କାର୍ଯ୍ୟ ଆରମ୍ଭ କରିଛି । ପ୍ରେସ ୟୁନିୟନର ଏହି ଭଳି କାର୍ଯ୍ୟରେ ୟୁନିୟନର ସମସ୍ତ ସଭ୍ୟ ଓ ସେମାନଙ୍କ ପରିବାର ଖୁସି ବ୍ୟକ୍ତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହା ସହ ଶ୍ରୀ ଖାଡାଙ୍ଗା ଜିଲ୍ଲା ତଥା ରାଜ୍ୟରେ ଥିବା ସମସ୍ତ ଗଣମାଧ୍ୟମ ସଂଘ ଗୁଡିକୁ ନିଜର ସଭ୍ୟ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏହି ଅସୁବିଧା ସମୟରେ ସହଯୋଗର ହାତ ବଢାଇବାକୁ ନିବେଦନ କରିଛନ୍ତି ।    

Leave A Reply

Your email address will not be published.