ମହଙ୍ଗା ପଡିଲା କରୋନା ଫେସବୁକ ଭିଡିଓ

0 2

ବଡ଼ବିଲରେ କରୋନା ସମ୍ପର୍କିତ ଭିଡିଓ ସେୟାର କରି ଜଣେ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ) କରୋନା ସମ୍ପର୍କିତ ଗୁଜବ ପ୍ରଚାର କଲେ ନିଆଯିବ ଦୃଢ଼  କାର୍ଯ୍ୟାନୁଷ୍ଠାନ। ଏ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଥିବା ବେଳେ ଏ ନେଇ ଲୋକମାନେ ସଚେତନ ହେଉନାହାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜଣେ ଯୁବକ ନିଜ ଫେସବୁକରେ କରୋନାକୁ ନେଇ ଏକ ଭିଡିଓ ସେୟାର  କରିଥିବା ବେଳେ ଏ ନେଇ ଆଜି ତାଙ୍କୁ ଗିରଫ କରାଯାଇଛି। ଯୁବକ ଜଣଙ୍କ ହେଉଛନ୍ତି ବଡ଼ବିଲ ଶ୍ରୀରାମ ନଗର ଅଞ୍ଚଳର ରାଜେନ୍ଦ୍ର କେଶରୀ ଓରଫ ମୁନ୍ନା। ତାଠାରୁ ପୋଲିସ ଏକ ମୋବାଇଲ ଜବତ କରିଛି। ବଡ଼ବିଲ ପୋଲିସ 55/20 u/s 188/153(A)/295(A)/505IPC ଧାରାରେ କେଶ ରୁଜୁ କରି ମୁନ୍ନାକୁ କୋର୍ଟକୁ ଫରୱାର୍ଡ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି ଯେ ଫେସବୁକ, ହ୍ଵାଟସ ଅପ ପରି ସୋସିଆଲ ମିଡିଆରେ କରୋନାକୁ ନେଇ ଅନେକ ମିଥ୍ୟା ଖବର ପୋଷ୍ଟ ହେଉଥିବା ନେଇ ପୋଲିସ ସଚେତନ ଅଛି ଏବଂ ଆଇନ ଉଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.