କୁନି ମନର ବଡ ଭାବନା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1500 ଟଙ୍କା ଦାନ କଲେ ଭାର୍ଗବୀ

0 2

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  – ବୟସରେ ଛୋଟ ହେଲେ ସେଇ କୁନି ମନରେ ଭରିଛି ବଡ ଭାବନା  | ସେଇ ନିଷ୍ପାପ ମନରେ ନିଜ ପରିବାର ସହ ରହିଛି ନିଜ ପଡୋଶୀଙ୍କ ଚିନ୍ତା, ସମାଜର ଚିନ୍ତା , ରାଜ୍ୟ ତଥା ରାଷ୍ଟ୍ରର ଚିନ୍ତା  | ସେଥିପାଇଁ ଯେତେବେଳେ ମହାମାରୀ କରୋନାରେ କବଳିତ ହୋଇ ସମାଜ ସଙ୍କଟରେ ପଡିଛି, ସେତେବେଳେ ମାନବ ସମାଜର ସୁରକ୍ଷା ପାଇଁ ଚିନ୍ତାବ୍ୟକ୍ତ କରିଛନ୍ତି ସେ | ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କାର ରୂପେ ପାଇ ଘରେ ସଞ୍ଚିତ କରି ରଖିଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି | ଭାର୍ଗବୀ ପ୍ରିୟଦର୍ଶୀନି ବେହେରା, ବୟସ ୧୪ ହେବ | ରାଉରକେଲା ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅଟନ୍ତି | ହେଲେ ନବମ ଶ୍ରେଣୀ ଛାତ୍ରୀ ଭାର୍ଗବୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫୦୦ ଟଙ୍କାର ସହାୟତା ଦେଇ ସମାଜକୁ ଏକ ନୂଆ ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ସୃଷ୍ଟି କରିଛନ୍ତି ଏକ ନୁଆଁ ଉଦାହରଣ | ରାଉରକେଲା ସାରନଗରୀ ସ୍ଥିତ ଶାନ୍ତିନଗର ବାସିନ୍ଦା ଗଦାଧର ବେହେରା ଓ ଭଗବତୀ ବେହେରାଙ୍କ ବଡ ଝୀଅ ଭାର୍ଗବୀ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ଗଳ୍ପ ଲିଖନ ଓ ଓଡିଶୀ ନୃତ୍ୟରେ ତାଙ୍କର ନିପୁଣତା ରହିଛି | ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହେଉଥିବା ପ୍ରତିଯୋଗୀତା ଗୁଡ଼ିକରେ  ସେ ଅଂଶଗ୍ରହଣ କରୁଥିବା ବେଳେ ପ୍ରତିଯୋଗୀତା ଗୁଡ଼ିକରେ ପୁରସ୍କାର ରୂପରେ ଯାହା ଅର୍ଥ ମିଳିଥାଏ ତାକୁ ସେ ସାଇତି କରି ରଖିଥାନ୍ତି | ହେଲେ ବର୍ତ୍ତମାନ ମହାମାରୀ କରୋନାକୁ ନେଇ ମାନବ ସମାଜ ଯେତେବେଳେ ଏକ ସଙ୍କଟ ପରିସ୍ଥିତିରେ ଉପନୀତ ହୋଇଛି ସେତେବେଳେ ନିଜେ ମଧ୍ୟ ନିଜର ସାମାଜିକ ପ୍ରତିବଦ୍ଧତାକୁ ପ୍ରତିପାଦିତ କାରିବାକୁ ଯାଇ ନିଜ ସଂଚିତ ଅର୍ଥ  ୧୫୦୦ ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଦେବାକୁ ସେ ନିଷ୍ପତ୍ତି କରିଛନ୍ତି | ଝିଅର ଏଭଳି ମନୋବୃତ୍ତି ଦେଖି ବାପା ଗଦାଧର ଓ ମାଆ ଭଗବତୀ ମଧ୍ୟ ଭାବବିହ୍ଵଳ ହୋଇଛନ୍ତି | ଭାର୍ଗବୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିବା ଟଙ୍କାର ପରିମାଣ ହୁଏତ ପର୍ଯ୍ୟାପ୍ତ  ନୁହେଁ, ହେଲେ ଭାର୍ଗବୀର କୁନି ମନ ଭିତରେ ଭରି ରହିଥିବା ସାମାଜିକ ଚିନ୍ତା ଓ ଚେତନା ସମାଜ ପାଇଁ ଏକ ବୃହତ ଉଦାହରଣ ନିଶ୍ଚୟ |

Leave A Reply

Your email address will not be published.