ବିଜେପି ନେତାଙ୍କୁ ଦାମଙ୍କ ଆହ୍ଵାନ : ବିତର୍କ ପୂର୍ବରୁ ରାଜ୍ୟବାସୀଙ୍କ ପାଖରେ ଜବାବ ରଖୁ ବିଜେପି 

0

 

ବିଜେପି ନେତା ମାନେ ଭାଷଣ ବାଜି ନକରି ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିତର୍କ କରିବା ପୂର୍ବରୁ ମୋର ପ୍ରଶ୍ନର ଜବାବ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବଇଁ ଜନତା ଦଳର ସର୍ବ ବରିଷ୍ଠ ନେତା ତଥା ମନ୍ତ୍ରୀ ଡା ଦାମୋଦର ରାଉତ । 

ଡା ରାଉତ କହିଛନ୍ତି ଜୋର କେନ୍ଦ୍ରରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ହେଲା ଦିନଠାରୁ ଆଜି ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟର ନେତାଙ୍କଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ୧୭ ବର୍ଷ ଧରି ଓଡ଼ିଶାରେ ଶ୍ରୀ ନବୀନ ପଟ୍ଟନାୟକ କିଛି କରି ନାହାଁନ୍ତି, ଓଡ଼ିଶାର ଆଦୌ ବିକାଶ ହୋଇନାହିଁ ଏବଂ କେନ୍ଦ୍ର ଦେଉଥିବା  ଟଙ୍କା ଖର୍ଚ୍ଚ କରି ପାରୁନାହାଁନ୍ତି ଆଦି ଅସତ୍ୟ ଅପବାଦ ପ୍ରଚାରର ଢେଉ ସୃଷ୍ଟି କରିଚାଲିଛନ୍ତି । ବିଜୁ ଜନତାଦଳ ଏକ ଆଞ୍ଚଳିକ ଦଳ ଓ ଶ୍ରୀ ନବୀନ ପଟ୍ଟନାୟକ ଏହାର ସଭାପତି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏହି ଦଳ ଗଠନର ଭିତ୍ତିଭୂମି ହେଲା ଓଡ଼ିଆ ଜାତିର ସ୍ୱାଭିମାନ ଓ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା । ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳାରେ ଅତିଷ୍ଠ ହୋଇ ସ୍ୱର୍ଗତ ବିଜୁ ପଟ୍ଟନାୟକ ଆଞ୍ଚଳିକ ଦଳ ଗଠନ କରିଥିଲେ । କେନ୍ଦ୍ରର ଇଚ୍ଛାକୃତ ଅବହେଳା ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଏକ ରାଜନୈତିକ ଶକ୍ତି ସୃଷ୍ଟି କରିଥିଲେ । ସେହି ଭିତ୍ତିଭୂମି ଉପରେ ବିଜୁ ଜନତାଦଳ ଗଢ଼ି ଉଠିଛି ଏବଂ ଏବେ ତା’ର ମଙ୍ଗୁଆଳ ହୋଇଛନ୍ତି ଶ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତାଦଳର ରାଷ୍ଟ୍ର ଦଖଲ କରିବାରେ ଅଭୀପ୍ସା ନାହିଁ । କିନ୍ତୁ କେନ୍ଦ୍ରରେ ଯେଉଁମାନେ ଶାସନରେ ରହୁଛନ୍ତି, ସେ କଂଗ୍ରେସ ହେଉ କି ବିଜେପି ହେଉ କିମ୍ବା ଏନଡିଏ ହେଉ, ଏହି ଦଳର ମୁଖ୍ୟମାନେ ଓଡ଼ିଶା ଦଖଲ କରିବା ପାଇଁ ବ୍ୟସ୍ତବିଧୁର ହୋଇପଡ଼ୁଛନ୍ତି । ଆମର ସଂଘୀୟ ସମ୍ବିଧାନରେ ସବୁ ରାଜ୍ୟର ସମବିକାଶ ପାଇଁ ଯେଉଁ ନୀତି ନିର୍ଦ୍ଦେଶ ଅଛି ଏବଂ ଏହାର ଆଧାରରେ ଯେଉଁ ଗଣତାନ୍ତ୍ରିକ ବିଧି ବିଧାନ ଓ ପରମ୍ପରା ରହି ଆସିଛି । ଶ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିଲା ପରେ ସବୁ ବିଧି ବିଧାନ ଓ ପରମ୍ପରାକୁ ଭୁଲି ଏବେ ଶାସନ କରୁଛନ୍ତି । ଶ୍ରୀ ମୋଦିଙ୍କର ଗୋଟିଏ ଲକ୍ଷ୍ୟ, ଦେଶର ୩୦ଟି ଯାକ ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବା ଓ ମନଇଚ୍ଛା ଶାସନ କରିବା । ତେବେ ନିମ୍ନରେ ଓଡ଼ିଶା ସମେତ ଛତିଶଗଡ଼, ରାଜସ୍ଥାନ, ଗୁଜୁରାଟ ଓ ଝାଡ଼ଖଣ୍ଡ ଆଦି ୫ଟି ରାଜ୍ୟରେ ବିକାଶର ଗତି କେଉଁଠି ପହଂଚିଛି  ଓ କେଉଁ ଅବସ୍ଥାରେ ଅଛି ତାହାର ଏକ ତଥ୍ୟ ପ୍ରଦାନ କରାଗଲା । ବିଜେପି ନେତାଙ୍କଠାରୁ କର୍ମୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ କରିବା ପରିବର୍ତ୍ତେ ମୁଁ ଆଶା କରୁଛି ନିମ୍ନୋକ୍ତ ତଥ୍ୟ ଉପରେ ସେମାନେ ଆଗେ ଉତ୍ତର ରଖନ୍ତୁ । 

କ୍ର.ସଂ                                       ଓଡ଼ିଶା        ରାଜସ୍ଥାନ   ଗୁଜରାଟ        ଛତିଶଗଡ଼      ଝାଡ଼ଖଣ୍ଡ

୧. ସାକ୍ଷରତା ହାର (ପୁରୁଷ)              ୮୧.୬%    ୫୦.୫୧%   ୮୭.୨୩%   ୮୧.୪୫%     ୭୮.୪୫%

ସାକ୍ଷରତା ହାର (ମହିଳା)                  ୬୪%       ୫୨.୬୬%  ୭୦.୭୩%   ୬୦.୫୯%     ୫୬.୨୧%

୨. ଶିଶୁ ମୃତୁ୍ୟହାର (ପ୍ରତି ହଜାରରେ)     ୪୦              ୪୯             ୩୬       ୪୬            ୩୮

୩. ମାତୃମୃତୁ୍ୟହାର(ପ୍ରତି ୧ ଲକ୍ଷରେ)     ୨୫୮          ୨୫୫            ୧୨୨        ୨୩୦         ୨୧୯

୪. ଆନୁଷ୍ଠାନିକ ପ୍ରସବ(ଡାକ୍ତରଖାନା)   ୮୫.୦୪%       ୮୪%        ୮୮.୭%      ୭୦.୨%      ୬୧.୯%

୫. ଲିଙ୍ଗ ଅନୁପାତ(ପ୍ରତି ହଜାରରେ)       ୯୭୯            ୮୬୧           ୮୫୪          ୯୬୧        ୯୦୨

୬. ଜିଡିପି ଅଭିବୃଦ୍ଧି ହାର                 ୭.୯୪%       ୪.୯୪%         ୭.୩୧%      ୧.୭୭%     ୧.୬୫%

୭. ଦଶନ୍ଧି ଅଭିବୃଦ୍ଧି ହାର,(ଜାତୀୟ ୪.୮୮%) ୧୪.୪୦%     ୬.୬୫%        ୧୦.୧୭%     ୬.୩୮%     ୧୪.୦୭%

୮. ସେବା କ୍ଷେତ୍ରରେ ଅଭିବୃଦ୍ଧି    (ଜାତୀୟହାର ୭.୭୪%) ୮.୮%

ଏତଦବ୍ୟତୀତ ଓଡ଼ିଶା କେନ୍ଦ୍ରର ରେଳବାଇ ରାଜସ୍ୱକୁ ୩୩ ପ୍ରତିଶତ ଏବଂ ଖଣିଜ ରାଜସ୍ୱକୁ ୨୫ ପ୍ରତିଶତ ଅର୍ଥ ଯୋଗାଇଥାଏ । 

ଉପରୋକ୍ତ ତଥ୍ୟ ବାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ କ୍ଷମତାକୁ ଆସିଲା ପରେ ଦେଶବାସୀଙ୍କୁ ଯେଉଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେତେ ପରିମାଣରେ ରକ୍ଷା କରିଛନ୍ତି ସେ କଥା ପ୍ରଧାନମନ୍ତ୍ରୀ ଓ ରାଜ୍ୟର ବିଜେପି ନେତାମାନେ ରାଜ୍ୟବାସୀଙ୍କୁ ଉତ୍ତର ଦିଅନ୍ତୁ । 

୧. ପ୍ରତିବର୍ଷ ୨ କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା – କେତେ ଦେଇଛନ୍ତି ?

୨. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ କରିବା ପାଇଁ କହି- ଦେଇଛନ୍ତି କେତେ ?

୩. ୧୦୦ ଦିନ ଭିତରେ ଦେଶର ସବୁ କଳାଧନ ଜବତ କରି ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କା ଦେବାକୁ କହି-ଦେଇଛନ୍ତି କେତେ ?

୪. ପ୍ରଧାନମନ୍ତ୍ରୀ ହେବାଠାରୁ ଏଯାବତ୍ ଶ୍ରୀ ମୋଦି ୧୩୪ଟି ରାଷ୍ଟ୍ର ବୁଲିଲେଣି । ରାଜକୋଷରୁ ଏଥିପାଇଁ କେତେ ଟଙ୍କା ବ୍ୟୟ ହୋଇଛି ଏବଂ ଭାରତକୁ କେତେ ପୁଞ୍ଜି ନିବେଶ ଆଣି ପାରିଛନ୍ତି ?

୫. ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ପ୍ରତିଦିନ ଯେଉଁ ପୋାଷାକ ଏବଂ ଜୋତା ପିନ୍ଧୁଛନ୍ତି ତା’ର ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା । ଏ ଅର୍ଥ ସେ କେଉଁଠୁ ପାଉଛନ୍ତି ? 

୬. ବିଗତ ୩ ବର୍ଷ ଧରି ଶ୍ରୀ ମୋଦି ଦେଶରେ ଗୋଟିଏ ହେଲେ ସରକାରୀ ସାମ୍ବାଦିକ ସମ୍ମିଳନୀ କରି ନାହାଁନ୍ତି । ତାଙ୍କ ଶାସନର ସ୍ୱଚ୍ଛତା ଜାଣିବା କେମିତି ?

୭. ୨୦୧୪ରୁ ଏପର୍ଯ୍ୟନ୍ତ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୨.୫୭ ପ୍ରତିଶତ କମିଯାଇ ଆନ୍ତର୍ଜାତିକ କ୍ଷେତ୍ରରେ ଆମର ଅଭିବୃଦ୍ଧି ହାର ଚୀନ ଦେଶ ତଳକୁ ଖସି ଆସିଛି । ତେବେ ପାକିସ୍ଥାନ ପଛକୁ ଯିବା କେବେ ?

୮. ବିମୁଦ୍ରୀକରଣ ଘୋଷଣା ପୂର୍ବରୁ ଯେଉଁ ନୂଆ ନୋଟ ଛପା ହୋଇଥିଲା  ସେଥିରେ  ରିଜର୍ଭ ବ୍ୟାଙ୍କ କେଉଁ ଗଭର୍ଣ୍ଣର ଦସ୍ତଖତ କରିଥିଲେ ତାହା ପ୍ରକାଶ କରିବେ କି ? ଏବଂ ନୋଟ ଛପା ହେଲା ବେଳେ ତତ୍କାଳୀନ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣରଙ୍କ ଦସ୍ତଖତ ନ ରହି ଆଗକୁ ସ୍ଥିରୀକୃତ ଗଭର୍ଣ୍ଣରଙ୍କ ଦସ୍ତଖତ ରହିଲା କେଉଁ ନ୍ୟାୟରେ ? 

୯.ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଜେପି ଦଳରେ ସର୍ବୋଚ୍ଚ ପଦବୀ ଗ୍ରହଣ କଲାବେଳକୁ ତାଙ୍କ କମ୍ପାନୀର କାରବାରଥିଲା ପ୍ରାୟ ୨୦ ହଜାର କୋଟି ଟଙ୍କାା ଏବେ ତାଙ୍କ କଂପାନୀର ମାଲିକାନା ତାଙ୍କୁ ପୁଅପାଖକୁ ଗଲାବେଳେ ତାଙ୍କ କଂପାନୀର କାରବାର ୧୬ ହଜାର ଗୁଣ ବୃଦ୍ଧି ପାଇଛିା ଏହା କିଭଳି ସମ୍ଭବ ବିଜେପିର ରାଜନେତାମାନେ କହିବେ କି?

ମୁଁ ଆହ୍ୱାନ କରୁଛି ୧୭ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିଜେପି ଶାସିତ ୪ଟି ରାଜ୍ୟର ଅଭିବୃଦ୍ଧି ହାର ସଂପର୍କରେ ଏହି ଦଳର ନେତାମାନେ ରାଜ୍ୟବାସୀଙ୍କ ସମ୍ମୁଖରେ ନିଜର ଜବାବ ରଖନ୍ତୁା ତିନି ତୁଣ୍ଡରେ ଛେଳି କୁକୁର ଭଳି ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିତ୍ରିତ  କରନ୍ତୁ ନାହିବୋଲି ଡା ରାଉତ କହିଛନ୍ତି 

Leave A Reply

Your email address will not be published.