ବିନ୍ଦୁସାଗରରେ ବିଜେପିର ଜଳ ସତ୍ୟାଗ୍ରହ

0

 

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି ପାଣି ସମସ୍ୟା ଦାବିକରି ବିଜେପି ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ବିନ୍ଦୁସାଗରରେ ଜଳ ସତ୍ୟାଗ୍ରହ କରାଯାଇଥିଲା । ଏକ ହଜାରରୁ ଉର୍ଧ ଦଳୀୟ କର୍ମୀ ପ୍ରାୟ ଏକ ଘଂଟା ପର୍ଯ୍ୟନ୍ତ ପାଣିରେ ରହି ବିକ୍ଷୋଭ କରିଥିଲେ । ଲିଙ୍ଗରାଜ ମଣ୍ଡଳର ସଭାପତି ଶେଷ ଶେଖର ଗରାବଡ଼ୁଙ୍କ ନେଥୃତ୍ୱରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଏକାମ୍ର ବିଧାୟକ ପ୍ରାର୍ଥି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଜଗନ୍ନାଥ ପ୍ରଧାନ, ମୁଖ ପାତ୍ର ଦିଲ୍ଲିପ ମହାନ୍ତି, ସୁନିଲ୍ ପଣ୍ଡା, ଶିବପ୍ରସାଦ ବେହେରା, ମଦନ ମୋହନ ପ୍ରଧାନ, କର୍ପୋରେଟର ରଘୁନାଥ ମହାନ୍ତି, ଜ୍ୟୋସ୍ନାମୟୀ ଜେନା, ବିଷ୍ଣୁ ପ୍ରସାଦ ନନ୍ଦ, ସୁବାସିନି ପୃଷ୍ଟି, ତୃପ୍ତିମୟୀ ମକଦ୍ଧମ, ନଳିନୀ ସମର୍ଥା, ଛବି ସ୍ୱାଇଁ, ଅନିକେତ ବଟୁ, ପ୍ରଫୁଲ୍ଲ ସ୍ୱାଇଁ, ସୁରେନ୍ଦ୍ର ପ୍ରଧାନ, ସୁରେଶ ରାଉତରାୟ ଓ ଏକ ହଜାରରୁ ଉର୍ଦ୍ଧ କର୍ମୀ ବିନ୍ଦୁସାଗର ପାଣିରେ ପଶି ବିକ୍ଷୋଭ କରିଥିଲେ ।  

 

Leave A Reply

Your email address will not be published.