ମେଲଛାମୁଣ୍ଡା(ମନୋଜ ଭୋଇ) – ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିୟର ମହାବିଦ୍ୟାଳୟ ପରିସରରେ ମଙ୍ଗଲବାର ଅପରାହ୍ନରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ସଭାପତୀତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଅଧ୍ୟାପକ ଡ.ସରୋଜ ଦାସ, ଅଧ୍ୟାପକ ଭୁପତୀ କାଲୋ, ଅଧ୍ୟାପକ ସୁଶାନ୍ତ ନାୟକ, ଅଧ୍ୟାପକ ମହେଶ କୁମାର ମିଶ୍ର, ଅଧ୍ୟାପକ ଡ.ପ୍ରଦୀପ ନାୟକ,ଅଧ୍ୟାପକ ମିନକେତନ ବିଶ୍ୱାଲ ପ୍ରମୁଖ ମଂଚସୀନ ରହି ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ବିଦାୟୀ ଛାତ୍ରଛାତ୍ରୀଙ୍କୁ ନିଜକୁ ଜଣେ ଜଣେ ଭଲ ମଣିଷ ଭାବେ ଗଢିବା ତୋଲିବା ପାଇଁ ଉପଦେଶ ଦେଇଥିଲେ । ଅଧ୍ୟାପକ ଭୁପତି କାଲୋ ସଭାଟିର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ.ପ୍ରଦୀପ ପଧାନ ସଂଯୋଜନା କରିଥିଲେ । ବିଦାୟୀ ଛାତ୍ରଛାତ୍ରୀମାନେ ନିଜର ଅନୁଭୁତି ରଖିବା ସହ ଗୁରୁଜନଙ୍କ ଆର୍ଶିବାଦ ନେଇଥିଲେ । ପ୍ରଥମ ବର୍ଷର ଛତ୍ରଛାତ୍ରୀ ନୃତ୍ୟ, ଗୀତ ପରିବେଷଣ କରି ସଭାଟିକୁ ଆକର୍ଷଣୀୟ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ସୁନିଲ ଜୈନ, ସୁବାଷ ପଧାନ, ରଘୁମଣି ମହାନନ୍ଦ, ହୃଷିକେଶ ସାହୁ, ସବିତା ସେଠ, ସଂଯୁକ୍ତ କାଣ୍ଡ, ତ୍ରିନାଥ କାଣ୍ଡ, ଉପେନ୍ଦ୍ର ଜାଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ମହେଶ ମିଶ୍ର ଶାନ୍ତିପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.