“ଶ୍ରୀ ” ବବି-ପାଣ୍ଡିଆନ-କ୍ରିଷନ-ପ୍ରେମଚାନ୍ଦ

0 2

ଭୁବନେଶ୍ୱର(Shasak Prashasak) : ମଣ୍ଡପ ଭାଙ୍ଗି ଦିଆଯାଇଛି, ହେଲେ ଜାଗର ରାତିରେ ସେଠାରେ ଅସ୍ଥାୟୀ ଭଜନ ମଣ୍ଡପ କରାଯାଇ ଏଥର ଶ୍ରୀକ୍ଷେତ୍ର କଳା ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହେବ | ଏହି ଭଜନ ସମାରୋହରେ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ମୁମ୍ବଇର ଖ୍ୟାତନାମା କଣ୍ଠଶିଳ୍ପୀ ବାପି ଲହରୀ, ଅନୁରାଧା ପଡ଼ୱାଲ, ଆରତୀ ମୁଖର୍ଜି ସମେତ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦେଶନାରେ ଓଡ଼ିଶାର ବହୁ ଖ୍ୟାତନାମା କଳାକାର ସଙ୍ଗୀତ ପରିବେଷଣ କରିବେ ବୋଲି ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ପାଇଁ ଭଜନ ମଣ୍ଡପ ଭଙ୍ଗା ଯାଇଥିବା ବେଳେ କେଉଁସ୍ଥାନରେ ପୁଣି ମଣ୍ଡପ ନିର୍ମିତ ହେବ ତାହା ଅନିଶ୍ଚିତତା ଅଛି | ଏହି ପ୍ରେକ୍ଷାପଟରେ ୩୧ତମ ବର୍ଷରେ ପହଁଚିଥିବା ଏହି ଭଜନ କାର୍ଯ୍ୟକ୍ରମ ଅବସରରେ ପ୍ରତିବର୍ଷ ପରି ଏ ବର୍ଷ ଏକାମ୍ର ଶ୍ରୀ ସମ୍ମାନ ବିଧାୟକ ପ୍ରଣବ ପ୍ରକାଶ ଦାସ, ୫ଟି ସଚିବ ଭିକେ ପଣ୍ଡିଆନ, ପୁର୍ତ୍ତ ବିଭାଗ ସଚିବ ଡ କ୍ରିଷନ କୁମାର, ବିଏମସି କମିଶନର ଡ ପ୍ରେମଚନ୍ଦ ଚୌଧୁରୀଙ୍କ ସହିତ  କଣ୍ଠଶିଳ୍ପୀ ବାପି ଲହିରୀ, ଅନୁରାଧା ପଡ଼ୱାଲ, ଆରତୀ ମୁଖ।ର୍ଜି, ମନ୍ମଥ ମିଶ୍ର, ଦିପୁ ମହାନ୍ତି, ସ୍ନେହାଶ୍ରୀ ସାହୁଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି | ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟପାଳ,ଓଡିଶା ମୁଖ୍ୟମନ୍ତ୍ରୀ, ଆନ୍ଧ୍ର ରାଜ୍ୟପାଳ,ରାଜ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ଅଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି | 

 ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ର ସମେତ ଏକାମ୍ର ସାଂସ୍କୃତିକ ପ୍ରକାଶନୀର ରତିକାନ୍ତ ମହାସୁଆର,ରଶ୍ମି ମହାପାତ୍ର, ଲାଲୁ ମହାନ୍ତି, ବାବନ ଚନ୍ଦ୍ର ପଢିହାରି, କେଦାର ନାଥ ମହାପାତ୍ର, କପିଳ ପଣ୍ଡା, ବିଶ୍ୱନାଥ ମହାପାତ୍ର,ସୁଧୀର ଚନ୍ଦ୍ର ଜେନା,ଜୟକୃଷ୍ଣ ମଲିଆ, ତପନ ମହାସୁଆର,ଲିଙ୍ଗରାଜ ସାହୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ

Leave A Reply

Your email address will not be published.