ଆମ୍ରି ହସପିଟାଲ ପକ୍ଷରୁ କର୍କଟ ରୋଗର ସଚେତନତା ପାଇଁ ବାଇକେଥନ୍

0 2

● ଆମ୍ରି ହସପିଟାଲସ୍ ପକ୍ଷରୁ ଭୁବନେଶ୍ୱରରେ ୧୫ କି.ମି ବାଇକେଥନ୍ ଆୟୋଜିତ

● କର୍କଟ ରୋଗର ସଚେତନତା କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ମୋଟର ସାଇକେଲଙ୍କ ଅଂଶଗ୍ରହଣ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ବ ଭାରତରେ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଆମ୍ରି ଭୁବନେଶ୍ୱର ପକ୍ଷରୁ କର୍କଟ ରୋଗ ସଚେତନତା ଏବଂ ସମାଜରେ ବୃଦ୍ଧି ପାଉଥିବା କର୍କଟ ରୋଗର ଖରାପ ପ୍ରଭାବକୁ ସାଧାରଣରେ ପହଞ୍ଚାଇବା ପାଇଁ ଏକ ବାଇକେଥନ୍ ଆୟୋଜିତ କରାଯାଇଥିଲା, ଏହି ସଚେତନତା କାର୍ଯ୍ୟକ୍ରମରେ ଅନେକ କୁଶଳୀ ବାଇକ୍ ଚାଳକ, ଡ଼ାକ୍ତର ଏବଂ ହସପିଟାଲ କର୍ମଚାରୀମାନେ ଏକତ୍ରିତ ହୋଇ ସହରରେ ୧୫ କି.ମି ବାଇକ ଚାଳନା କରିଥିଲେ । ଏହି ବାଇକେଥନ୍ ଆମ୍ରି ହସପିଟାଲରେ ଆରମ୍ଭ ହୋଇ ସହରରେ କର୍କଟ ରୋଗ ସଚେତନତା କରାଇ ପୁଣି ଆମ୍ରି ହସ୍ପିଟାଲରେ ଶେଷ ହୋଇଥିଲା । 

  କୃଷି, ମତ୍ସ୍ୟ  ଓ ପଶୁ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ଡ଼ି.ସି.ପି ଟ୍ରାଫିକ୍ ସାଗରୀକା ନାଥ, ଆମ୍ରି ହସ୍ପିଟାଲର ମୁଖ୍ୟ ମାର୍କେଟିଂ ଶ୍ରୀ ମହେନ୍ଦ୍ର ପାଲ, ମୁଖ୍ୟ ମେଡ଼ିକାଲ ସର୍ଭିସେସ୍ ଡ଼ାଃ ମନିଷ କୁମାର,  ସହ-ଉପଧ୍ୟକ୍ଷ ସୁଶ୍ରୀ ନିରଞ୍ଜନା ମୁଖେର୍ଜୀ,  ଆମ୍ରି ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ  ମାନବ ସମ୍ବଳ ସୁଶ୍ରୀ ରାଜଶ୍ରୀ ଉପାଧ୍ୟାୟ  ପତାକା ଦେଖାଇ ଏହି ବାଇକେଥନର  ଶୁଭାରମ୍ଭ କରିଥିଲେ । 

ଏହି କର୍କଟ ରୋଗ ସଚେତନତା ମାସରେ ଆମ୍ରି ହସ୍ପିଟାଲର ଡ଼ାକ୍ତରମାନେ ବିଭିନ୍ନ ଜିଲ୍ଲା, ସଂଗଠନ, କର୍ପୋରେଟ୍ ଏବଂ କ୍ଲବମାନଙ୍କରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ଦେଉଛନ୍ତି । ଆମ୍ରି ହସ୍ପିଟାଲର ଅଭିଜ୍ଞ କର୍କଟ ରୋଗ ଡ଼ାକ୍ତର ଯଥା ଡ଼ଃ ସୌରଭ ମିଶ୍ର, ଡ଼ଃ ସୁନୀଲ ଜୟସୱାଲ ହସ୍ପିଟାଲ ଏହି ସଚେତନତା ବାର୍ତ୍ତାର ପ୍ରସାର କରଛନ୍ତି ।

ଏହି ସଚେତନତା କାର୍ଯ୍ୟକ୍ରମରେ ଏକାଧିକ କ୍ୟାନସର ଲଢେ଼ଇରେ ଜିତିଥିବା ବ୍ୟକ୍ତି ବିଶେଷ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ଓଡ଼ିଶା ଫୁଟବଲ କ୍ଲବର ଖେଳାଳୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ଶ୍ରୀଯୁକ୍ତ ମହେନ୍ଦ୍ର ପାଲା, ମୁଖ୍ୟ ମାର୍କେଟିଂ ଅଫିସର, ଆମ୍ରି ହସ୍ପିଟାଲ କହିଲେ “ବର୍ତ୍ତମାନ ସମୟରେ କର୍କଟ ରୋଗର ବଢ଼ୁଥିବା  ଭୟାବହତାକୁ ନଜରରେ ରଖି ଏକ ବିବିଦ୍ଧ  ଚିକିତ୍ସା ପ୍ରଣାଳୀ ଏକ ଆଭିମୁଖ୍ୟ ଦରକାର ଯେମିତି କି ଆମ୍ରି ହସ୍ପିଟାଲରେ ଏହିପରି ଚିକିତ୍ସା  ପ୍ରଦାନ କରାଯାଉଛି” । ଏକ ତୃତୀୟାଶଂରୁ ଅଧିକ କର୍କଟ ରୋଗ ଚିକିତ୍ସା କରାଯାଇପାରିବ | ଆହୁରି ତୃତୀୟାଂଶ କର୍କଟ ରୋଗୀଙ୍କୁ  ଚିକିତ୍ସା କରାଯାଇପାରିବ । ସୁଶ୍ରୀ ନିରଞ୍ଜନା ମୁଖେର୍ଜୀ, ସହ-ଉପାଧ୍ୟକ୍ଷ, ଆମି୍ର ହସ୍ପିଟାଲସ୍ ଭୁବନେଶ୍ୱର ।

Leave A Reply

Your email address will not be published.