ରାୟଗଡ ଜିଲ୍ଲା ବିଜେଡି ସଭାପତି ଭାବେ ସୁଧୀର ଦାଶ ହେବା ଥୟ 

0 2

ରାୟଗଡ (ସରୋଜ ସାହୁ) ରାୟଗଡ ଜିଲ୍ଲା ବିଜେଡି ସଭାପତି ପଦ ନିମନ୍ତେ ସୁଧୀର ଦାଶ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଫଳରେ ଶ୍ରୀ ଦାଶ ନିର୍ଦନ୍ଦ୍ୱରେ ବିଜେଡି ଜିଲ୍ଲା ସଭାପତି ହେବା ନେଇ ସୁନିଶ୍ଚିତ ହୋଇଯାଇଛି । ବରିଷ୍ଠ ବିଜେଡା ନେତା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ ନିର୍ବାଚନ ଅଧିକାରୀ ବ୍ରଜସୁନ୍ଦର ନାୟକଙ୍କ ନିକଟରେ ୪ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ବାସଭବନରେ ଏହି ନିର୍ବାଚନ କାର୍ଯ୍ୟ ସଂପାଦନ ହୋଇଥିଲା । ରାୟଗଡ ନିର୍ବାଚନ ମଣ୍ଡଳୀରୁ ରାଜ୍ୟସଭା ସଂସାଦ ପ୍ରସ୍ତାବକ ରହିଥିବା ବେଳେ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟ ସଂପାଦକ ଜଗଦୀଶ ପାତ୍ର ସମର୍ଥକ ରହିଛନ୍ତି ।  ସେହିପରି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ପ୍ରସ୍ତାବକ ରହିଥିବା ବେଳେ ବରିଷ୍ଠ ବିଜେଡି ନେତା ଚନ୍ଦ୍ରକାନ୍ତ ସାମଲ ସମର୍ଥକ ରହିଛନ୍ତି । ବିଷମକଟକ ନିର୍ବାଚନ ମଣ୍ଡଳୀରୁ ରବିନ୍ଦ୍ର ପଣ୍ଡା ପ୍ରସ୍ତାବକ ରହିଥିବା ବେଳେ ରତନଲାଲ ଜୈନ ସମର୍ଥକ ରହିଛନ୍ତି । ଗୁଣପୁର ନିର୍ବାଚନ ମଣ୍ଡଳୀରୁ ଗଗନ ଚୌଧୁରୀ ପ୍ରସ୍ତାବକ ରହିଥିବା ବେଳେ ଗୋଦାବରୀ ରାଉତ ସମର୍ଥକ ରହିଛନ୍ତି ।  ଶ୍ରୀ ଦାଶ ଏଥି ପୂର୍ବରୁ ୨ ଥର ଜିଲ୍ଲା ସଭାପତି ଭାବ ସୂଚାରୁରୂପେ ନିଜର ଦାୟିତ୍ୱ ସଂପାଦନ କରିସାରିଛନ୍ତି । ୨୦୧୩ ଠାରୁ ୨୦୧୭ ପର୍ଯ୍ୟନ୍ତ ଶ୍ରୀ ଦାଶ ଜିଲ୍ଲା ସଭାପତି ରୂପେ ଦାୟିତ୍ୱ ତୁଲାଇଥିଲେ । ନାମାଙ୍କନ ପତ୍ର ଦାଖଲ ସମୟରେ ରାଜ୍ୟ ସଭା ସଂସାଦ ଏନ.ଭାସ୍କର ରାଓ, ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବରିଷ୍ଠ ବିଜେଡି ନେତା ଅମୀୟ ସ୍ୱାଇଁ, ଚନ୍ଦ୍ରକାନ୍ତ ସାମଲା, ଗଗନ ଚୌଧୁରୀ, ଗୋଦାବରୀ ରାଉତ, ରବିନ୍ଦ୍ର ପଣ୍ଡା, ରତନଲାଲ ଜୈନ, ବି.ତିରୁପତି, ସତ୍ୟ ପାଢୀ, ବିନାୟକ କର, ଜିଲ୍ଲା ବିଜେଡି ସଭାନେତ୍ରୀ ଅନୁସୟା ମାଝି, ସୁଜାତା ପାଳଙ୍କ ସମେତ ବିିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।  

 

 

Leave A Reply

Your email address will not be published.