ଅଷ୍ଟପ୍ରହରୀ ନାମଯଜ୍ଞ ସହିତ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

0 2

ସମ୍ବଲପୁର-ପଡିଆବାହାଲ,(ରମାକାନ୍ତ ବିଶ୍ୱାଳ ): ଯୁଯୁମୁରା ବ୍ଲକ ଲିପିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଠି ଗ୍ରାମରେ ଇତି ମଧ୍ୟରେ ଅଷ୍ଟପ୍ରହରୀ ନାମଯଜ୍ଞ ସହିତ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ବାସୁଦେବ ଷଡ଼ଙ୍ଗୀ ଓ ସାଥିଙ୍କ ସହ ହୋମ ପୁଜା ଆଦି କରିଥିବା ବେଳେ ନାମଯଜ୍ଞରେ ପ୍ରଶନ୍ନ ସୁମୁର୍ଥା ସପତ୍ନୀକ ଏବଂ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯଜ୍ଞ ପ୍ରସାଦ ସୁମୁର୍ଥା କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ଚାରମାଳ ଗ୍ରାମର ରାଜୁ ଦାସ ଅର୍ନ ପ୍ରସାଦ ବ୍ୟବସ୍ଥା କରିଥିଲେ। ଦୁରଦୁରାନ୍ତ ଗ୍ରାମରୁ ୧୭ ଟି କିର୍ତନ୍ୟ ଦଳ ଅଷ୍ଟପ୍ରହରୀ ଅଖଣ୍ଡ ନାମ ସଂକୀର୍ତ୍ତନ୍ୟ କରିଥିଲେ। କାଳିଆ,ଶ୍ରୀଧର, ଅରୁଣ, ସିତାରାମ ସୁମୁର୍ଥା, ସମ୍ପଦ ଧୁରୁଆ,ଶ୍ରୀଧର ଭୋଇ, ପ୍ରଫୁଲ୍ଲ ନାଏକଙ୍କ ସହ ପାଣ୍ଠି,ଭୁକୁମୁଣ୍ଡା, ନୂଆଁ ଗାଁ ପ୍ରମୁଖ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କନ୍ଦର୍ପ ଭୋଇ, ପ୍ରମୋଦ ବିଶ୍ବାଳ ଓ ଅଚ୍ୟୁତାନନ୍ଦ ଭଣ୍ଡାର ଘର ଦାୟିତ୍ୱ ତୁଲାଇଥିଲେ। ଯୁଯୁମୁରା ମେଡିକାଲ ଷ୍ଟାଫ୍ ଙ୍କ ସହ ପୂର୍ବ ଉପାଧ୍ୟକ୍ଷ ପ୍ରଫୁଲ୍ଲ ମିର୍ଦ୍ଧା ଓ ଗଙ୍ଗା ଧରୁଆ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।

Leave A Reply

Your email address will not be published.